ରାଗିଂ ଅଭିଯୋଗର କେତେ ସତ୍ୟତା ଅଛି ? ବିଶ୍ବବିଦ୍ୟାଳୟ ଆଭ୍ୟନ୍ତରୀଣ ବୈଠକରେ ଖୋଳତାଡ

Published By : Prameya-News7 Bureau | July 24, 2024 IST

ବ୍ରହ୍ମପୁର ୨୪/୭: ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଘଟଣା । ଦିଲ୍ଲୀ ଆଣ୍ଟି ରାଗିଂ ସେଲ୍‌ରେ ଜଣାଇବା ପରେ କମିଟିର ନିର୍ଦ୍ଦେଶରେ ବିଶ୍ବବିଦ୍ୟାଳୟ ଆଭ୍ୟନ୍ତରୀଣ ବୈଠକ ବସିଛି । ଅଭିଯୋଗର କେତେ ସତ୍ୟତା ରହିଛି ସେ ସଂପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି ଆର.କେ ହଷ୍ଟେଲ ସୁପରିଟେଣ୍ଡଣ୍ଟ ଡଃ ଯତୀନ ବିଷୋୟୀ । ଆର୍‌.କେ ଛାତ୍ରାବାସରେ ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ରାଗିଂ କରୁଥିବା ଅଭିଯୋଗ ହୋଇଥିଲା । ଆଉ ନ୍ୟାୟ ପାଇଁ ଦିଲ୍ଲୀ ଆଣ୍ଟି ରାଗିଂ ସେଲ୍‌ର ଦ୍ବାରସ୍ଥ ହୋଇଥିଲେ ଅଭିଯୋଗ କାରୀ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.