ଭରତପୁର ଥାନା ବିବାଦ: ଆଗୁଆ ଜାମିନ ଆବେଦନ କଲେ ୫ ନିଲମ୍ବିତ ପୋଲିସ

Published By : Prameya-News7 Bureau | September 30, 2024 IST

ଭୁବନେଶ୍ୱର: ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିଲମ୍ବିତ ୫ ପୋଲିସ। ଭରତପୁର ଥାନାର ନିଲମ୍ବିତ ଆଇଆଇସି, ତାଙ୍କ ବ୍ୟତୀତ ଅନ୍ୟ ୪ ଅଭିଯୁକ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ମଧ୍ୟ ଆଜି ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। ଭରତପୁର ଥାନାରେ ଘଟିଥିବା ବିବାଦୀୟ ଘଟଣାର ଏବେ ନ୍ୟାୟିକ ତଦନ୍ତ ଆରମ୍ଭ ହେବାକୁ ଯାଉଛି। 

ପୁଣି ଅଭିଯୁକ୍ତ ମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଲାଗି କ୍ରାଇମବ୍ରାଞ୍ଚ ପଦକ୍ଷେପ ନେଇ ସାରିଛି। ଯଦି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ମାମଲା ଯୋଗ୍ୟ ପ୍ରମାଣ ମିଳେ, ତେବେ କୌଣସି ମୁହୂର୍ତ୍ତରେ ସେମାନେ ଗିରଫ ହୋଇପାରନ୍ତି। ତେଣୁ ଗିରଫଦାରୀ ଏଡାଇବା ଲାଗି ଏବେ ସମସ୍ତ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଭରତପୁର ଥାନାରେ ନିର୍ଯାତନା ଘଟଣାକୁ ନେଇ ବିଚାରବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ସ୍ୱତନ୍ତ୍ର ସର୍କିଟ ହାଉସରେ କମିଶନ ଅଧ୍ୟକ୍ଷ ଜଷ୍ଟିସ ସି. ଆର. ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଆରମ୍ଭ ହୋଇଛି। ବୈଠକରେ ଗୃହ ବିଭାଗ ସଚିବ, ପୋଲିସ ଡିଜି, ସୂଚନା ଲୋକସମ୍ପର୍କ ସଚିବଙ୍କ ସହ କ୍ରାଇମବ୍ରାଞ୍ଚ ଏଡିଜି ବିନୟ ତୋଷ ମିଶ୍ର, ଆଇଜି ସଫିନ ମହମ୍ମଦ ଉପସ୍ଥିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.