ଭଦ୍ରକ ଅଶାନ୍ତ ଘଟଣା, ୨୨ ଜଣକୁ ଗିରଫ କରାଯାଇଥିବା ନେଇ ପୂର୍ବାଞ୍ଚଳ ଡିଆଇଜିଙ୍କ ସୂଚନା

Published By : Prameya-News7 Bureau | September 30, 2024 IST

ଭଦ୍ରକ: ବିବାଦୀୟ ଫେସବୁକ ପୋଷ୍ଟ ପାଇଁ ଭଦ୍ରକରେ ଉପୁଜିଛି ଅଶାନ୍ତି। ଅବଶ୍ୟ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ଓ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ପେଟ୍ରୋଲିଂ ସହ ଫ୍ଲାଗମାର୍ଚ୍ଚ୍ଚ କରି ସ୍ଥିତି ସୁଧାରିବା ପାଇଁ ଉଦ୍ୟମ ଚାଲିଛି । ଅନ୍ୟପଟେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୬୩ ଧାରା ଜାରି ଥିବାବେଳେ ପୁଣି ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ଉପରେ କଟକଣା ଜାରି ହୋଇଛି । ଧାମନଗରରେ କଟକଣା ସାମାନ୍ୟ କୋହଳ ହୋଇଛି । 

ସେପେଟେ, ଘଟଣା ଏପର୍ଯ୍ୟନ୍ତ ୨୨ ଜଣକୁ ଗିରଫ କରାଯାଇଥିବା କହିଛନ୍ତି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ । ଡିଆଇଜିଙ୍କ ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅଞ୍ଚଳରୁ ୧୨ ଜଣ ଏବଂ ଧାମନଗର ଥାନା ଅଞ୍ଚଳରୁ ୧୦ ଜଣଙ୍କୁ ଗିରଫ କରାଯାଇଛି।

ସେ ଆହୁରି କହିଛନ୍ତି ସ୍ଥିତି ଉପରେ ନଜର ରଖିଯାଇଛି । ମିଳିତ ଭାବେ ରାପିଡ ଆକ୍ସନ ଫୋର୍ସ ସହ ଫ୍ଲାଗମାର୍ଚ୍ଚ କରାଯାଉଛି । ଦଙ୍ଗା ନିୟନ୍ତ୍ରଣକାରୀ ଗାଡ଼ି ମଧ୍ୟ ସହରରେ ପଇଁତରା ମାରୁଛି । ଭଦ୍ରକର ସମସ୍ତ ସମ୍ବେଦନଶୀଳ ଅଞ୍ଚଳକୁ ସେ ନିଜେ ବୁଲି ଦେଖୁଛନ୍ତି। ଧାମନଗର ଅଞ୍ଚଳରେ ସ୍ଥିତିକୁ ଦେଖି କଟକଣା କୋହଳ ହୋଇଛି ।୩ ଦିନ ପରେ କୋହଳ ହୋଇଛି କଟକଣା । ଧାମନଗର ଓ ଦୋବଲ ଅଞ୍ଚଳରେ ସକାଳ ୬ ରୁ ରାତି ୮ ପର୍ଯ୍ୟନ୍ତ ଖୋଲିବ ଦୋକାନ । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ସହ ୪ ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.