ଚୋରା ଚାଲାଣ ହେଉଥିଲା କୁଇଣ୍ଟାଲ କୁଇଣ୍ଟାଲ କଇଁଛ, ଜବତ କଲା ବନ ବିଭାଗ

Published By : Prameya-News7 Bureau | September 30, 2024 IST

ଚିତ୍ରକୋଣ୍ଡା: ଚୋରା ଚାଲାଣ ହେଉଥିଲା କୁଇଣ୍ଟାଲ କୁଇଣ୍ଟାଲ କଇଁଛ। ଚଢ଼ଉ କରି ଜବତ କରିବା ସହ ଦୁଇ ଜଣକୁ ଅଟକ ରଖିଲା ବନ ବିଭାଗ। ସୂଚନା ଅନୁଯାୟୀ, ସୋମବାର ଚିତ୍ରକୋଣ୍ଡା ରାଜୁଲୁକୋଣ୍ଡା ନିକଟରୁ ବିପୁଳ ପରିମାଣର କଇଁଛ ଜବତ କରିଛି ବନ ବିଭାଗ। 

ଏସବୁ କଇଁଛକୁ ଏକ ପିକ୍‌ଅପ୍ ଯୋଗେ ଆନ୍ଧ୍ରରୁ ଓଡ଼ିଶା କାଲିମେଳା- ୭୯ ଗାଁକୁ ଚୋରା ଚାଲାଣ କରାଯାଉଥିଲା। ଆଉ ଖବର ପାଇ ଚିତ୍ରକୋଣ୍ଡା ବନ ବିଭାଗ ଗାଡ଼ିକୁ ଯାଞ୍ଚ କରିବା ସହ ପ୍ରାୟ ୧ କଇଣ୍ଟାଲରୁ ଅଧକ କଇଁଛ ଜବତ କରିଛି।ଏସବୁ କଇଁଛକୁ ଗାଡ଼ିରେ ସୋଲ, ପେଟି ଓ ଅଖାରେ ଭର୍ତ୍ତି କରି ଚାଲାଣ କରାଯାଉଥିଲା। ତେବେ ଘଟଣା ଦୁଇ ଜଣକ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.