ଅଭାବନୀୟ ! ଅଫିସରେ କାମ କରୁଥିବାବେଳେ ଚାଲିଗଲା ଫରେଷ୍ଟରଙ୍କ ଜୀବନ

Published By : Prameya-News7 Bureau | September 30, 2024 IST

କଳାହାଣ୍ଡି: ଅଫିସ୍ କାମ କରୁଥିବା ଅବସ୍ଥାରେ ଫରେଷ୍ଟରଙ୍କ ମୃତ୍ୟୁ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡିରେ। ମୃତକ ହେଲେ ଫରେଷ୍ଟର ପ୍ରକାଶ ମିଶ୍ର । ସେ ଥୁଆମୂଳ ରାମପୁର ରେଞ୍ଜ ଅଫିସ ଅନ୍ତର୍ଗତ କଲମପୁରରେ କାର୍ଯ୍ୟରତ ଥିଲେ । 

ସୂଚନା ଅନୁଯାୟୀ, ସୋମବାର ଅଫିସ କାର୍ଯ୍ୟ କରୁଥିବା ସମୟରେ ଫରେଷ୍ଟର ଅଚେତ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ ତାଙ୍କ ସହକର୍ମୀମାନେ। ଆଉ ସେମାନେ ସଙ୍ଗେ ସଙ୍ଗେ ତାଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ସ୍ପଷ୍ଟ ହେଇ ନଥିବାବେଳେ ଖବର ପାଇ DFO ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡ଼ିବ।

ସୂଚନାଥାଉକି, କିଛି ଦିନ ତଳେ କଳାହାଣ୍ଡିରେ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ଅଭିଯୋଗ ହୋଇଥିଲା, ତାଙ୍କ ଆତ୍ମହତ୍ୟା ପଛରେ ରହିଛି ଚାରା ଦୁର୍ନୀତି ଗୁମର। ସଞ୍ଜୟଙ୍କ ପତ୍ନୀ ଅଭିଯୋଗ ଆଣି କହିଥିଲେ ଡିଏଫଓ ସଞ୍ଜୟଙ୍କୁ ୧୦ ଲକ୍ଷ ଟଙ୍କା ପିସି ମାଗିବା ସହ ମାନସିକ ନିର୍ଯାତନା ଦେଉଥିଲେ। ସେପଟେ ଏହି ମାମଲାରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ମଧ୍ୟ କହିଥିଲେ ବିଭାଗୀୟ ମନ୍ତ୍ରୀ ।  ଆଉ ଏବେ ପୁଣି କଳାହାଣ୍ଡିରୁ ଜଙ୍ଗଲ ବିଭାଗର ଜଣେ ଅଧିକାରୀଙ୍କ ମୃତ୍ୟୁ ଖବର ସାମ୍‌ନାକୁ ଆସିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.