ସ୍କୁଲରେ ଅଘଟଣ, ଛାତରୁ ସିଲିଂ ଖସି ଶିକ୍ଷକ ଓ ଛାତ୍ରୀ ଆହତ

Published By : Prameya-News7 Bureau | September 30, 2024 IST

ଖୋର୍ଦ୍ଧା: ବିଦ୍ୟାଳୟର ଛାତରୁ ସିଲିଂ ଖସି ୩ ଛାତ୍ରୀ ଓ ଶିକ୍ଷକ ଆହତ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳରେ। 

ସୂଚନା ଅନୁଯାୟୀ, ସୋମବାର ଶ୍ରେଣୀ ଗୃହରେ ଶିକ୍ଷକ ବିଜ୍ଞାନ ପଢ଼ାଉ ଥିବାବେଳେ ଘଟିଛି ଏହି ଅଘଟଣ। ଶିକ୍ଷକଙ୍କ ଓ ଦୁଇ ଛାତ୍ରୀଙ୍କ ହାତ, ଗୋଡ଼ରେ ଆଘାତ ଲାଗିଛି। ତେବେ ଘଟଣା ଜଣାପଡ଼ିବାପରେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଆହତ ଛାତ୍ରୀଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲେ ଏବଂ ବିଇଓଙ୍କୁ ଖବର ଦେଇଥିଲେ । 

ବୋଲଗଡ଼ ବିଇଓ ଏ ଘଟଣା ସମ୍ପର୍କରେ ବିଡିଓଙ୍କୁ ଅବଗତ କରିଥିଲେ । ତେବେ କିଭଳି ଲକ୍ଷାଧିକ ଟଙ୍କା ବ୍ୟୟରେ ଠିକାଦାର ଏବଂ ବ୍ଲକ ପ୍ରଶାସନ ମିଳିମିଶି ନିମ୍ନ ମାନର କାମ କରିଛନ୍ତି   ତାହା ଏବେ ସାମ୍ନାକୁ ଆସିଛି । ଏମିତିକି କିଭଳି ରଙ୍ଗ ବୋଳି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଛି ତାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.