ରାଜନଗର ଥାନା ASI ସସ୍‌ପେଣ୍ଡ୍‌, ବ୍ୟବସାୟୀଙ୍କୁ ପିଟିବା ଅଭିଯୋଗରେ ଏସପିଙ୍କ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | September 30, 2024 IST

NEWS UPDATE

କେନ୍ଦ୍ରାପଡ଼ା: ରାଜନଗର ଥାନା ASI ନରେନ୍ଦ୍ର କୁମାର ସିଂ ସସ୍‌ପେଣ୍ଡ୍‌ । ସ୍ଥାନୀୟ ହଂସୁଆଗୁଳା ଗାଁର ଜଣେ ବ୍ୟବସାୟୀଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ରାପଡ଼ା ଏସପି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ପାଟ୍ରୋଲିଂ ବେଳେ ସଂପୃକ୍ତ ବ୍ୟବସାୟୀଙ୍କୁ ଜଣେ ବ୍ୟକ୍ତିଙ୍କ ଠିକଣା ପଚାରିବା ସହ ପିଟିଥିଲା ପୋଲିସ । ପୋଲିସ ମାଡ଼ରେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ଏହି ଘଟଣାଣେ ଅଭିଯୋଗ କ୍ରମେ ରାଜନଗର ଥାନା ASI ନରେନ୍ଦ୍ର କୁମାର ସିଂଙ୍କୁ ସସପେଣ୍ଡ୍‌ କରିଛନ୍ତି କେନ୍ଦ୍ରାପଡ଼ା ଏସପି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.