ନୂଆଦିଲ୍ଲୀ: ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜାନୁଆରୀ ୨୦ ତାରିଖରେ ସେ ଶାନ୍ତିପୂର୍ଣ୍ଣ ଭାବେ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର କରିବେ ବୋଲି ବାଇଡେନ୍ କହିଛନ୍ତି।
ବାଇଡେନ୍ କହିଛନ୍ତି “ ରାଷ୍ଟ୍ରପତି ଭାବେ ମୋର କର୍ତ୍ତବ୍ୟ ଜାନୁଆରୀ ୨୦ ତାରିଖରେ ଆମେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବୁ।” ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତାର ପରିବର୍ତ୍ତନ ପାଇଁ ମୁଁ ଭରସା ଦେଉଛି ବୋଲି ବାଇଡେନ୍ କହିଛନ୍ତି।
ବାଇଡେନ ଆହୁରି କହିଛନ୍ତି “ ତୁମେ କେବଳ ଜିତିଲେ ହିଁ ଦେଶକୁ ଭଲପାଇବ ତାହା ନୁହେଁ, ତୁମେ କେବଳ ସହମତି ହେଲେ ଯେ ତୁମେ ପଡ଼ୋଶୀକୁ ଭଲପାଇବ ତାହା ନୁହେଁ। ଆପଣ କାହାକୁ ବି ଭୋଟ ଦିଅନ୍ତୁ। ଆମେ କିଛି କରିବା ଏହା ହିଁ ଆଶା। ପରସ୍ପରକୁ ବିରୋଧୀ ବୋଲି ନ କହି ଦେଶବାସୀ ବୋଲି ଚିନ୍ତା କରିବା ଉଚିତ୍। ” ତେବେ ଆମେରିକା ନିର୍ବାଚନ ପ୍ରଣାଳୀ ଉପରେ ପ୍ରଶ୍ନ ଛିଡ଼ା କରାଯାଇପାରିବ ନାହିଁ, ଆମେରିକା ନିର୍ବାଚନ ପ୍ରକ୍ରିୟା ସବୁଠାରୁ ସ୍ୱଚ୍ଛଳ ଓ ସଚ୍ଚୋଟ।
ସୂଚନା ଥାଉକି ଆମେରିକା ନିର୍ବାଚନର ୧୨୦ ବର୍ଷର ଇତିହାସରେ ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି ଭାବେ ନିର୍ବାଚନ ହାରିବା ରେ ଦ୍ୱିତୀୟ ଥର ବିଜୟୀ ହୋଇଛନ୍ତି। ଯଦିଓ ସଂସଦରେ ରାଜ କାହାର ହେବ ତାହା ଘୋଷଣା କରାଯାଇ ନାହିଁ ତେବେ ରିପବ୍ଲିକା ପାର୍ଟି ହିଁ ସରକାର ଗଠନ କରିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।