ବଜେଟ୍ ୨୦୨୫ରେ ବିହାରକୁ ବଡ ଭେଟି: ବଢିବ IIT ସିଟ୍ ସଂଖ୍ୟା,ହେବ ମଖାନା ବୋର୍ଡ

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ ୧/୨:  ବିହାର ପାଇଁ ବଡ ଉପହାର । ବଜେଟ୍‌ରେ ବଡ ଘୋଷଣା । ବଢିବ ଆଇଆଇଟି ସିଟ୍‌ ସଂଖ୍ୟା । ବିହାରରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦରର ସୁବିଧା ମିଳିବ । ପ୍ରତିଷ୍ଠା ହେବ ମଖାନା ବୋର୍ଡ । 

ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ୍‌ ୨୦୨୫-୨୬ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏଥର ବଜେଟ୍‌ ପେଡିରେ ବିହାର ପାଇଁ ବଡ ଘୋଷଣା ହୋଇଛି । 

ବିହାରରେ ଗ୍ରୀନ ଫିଲ୍ମଡ ବିମାନ ବନ୍ଦରର ସୁବିଧା ମିଳିବ । ଏହା ସହ ପାଟନା ବିମାନ ବନ୍ଦରରେ ମଧ୍ୟ କ୍ଷମତାକୁ ବଢାଯିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ପାଟନା ଆଇଆଇଟି ସିଟ୍‌ ସଂଖ୍ୟା ବଢିବ । ଏଥିସହ ସେଠାରେ ଥିବା ହଷ୍ଟେଲ ସଂଖ୍ୟାକୁ ବୃଦ୍ଧି କରାଯିବ । 

ଏଥିସହ ବିହାରରେ ହେବ ମଖାନା ବୋର୍ଡ । ବୋର୍ଡ ମାଧ୍ୟମରେ ଚାଷୀଙ୍କୁ ତାଲିମ ସହାୟତା ଯୋଗାଇ ଦିଆଯିବ । ସମସ୍ତ ସରକାରୀ ଯୋଜନାରେ ସାମିଲ ପାଇଁ ମଧ୍ୟ କାର୍ଯ୍ୟ କରିବ । 

ପୂର୍ବରୁ ମଧ୍ୟ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ରେ ବିହାର ଓ ଆନ୍ଧ୍ରପ୍ରଦେଶକୁ ବେଶୀ ଫୋକସ୍‌ କରିଥିଲେ ମୋଦି ସରକାର । ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ଖାସ୍‌ କରି ନୀତିଶ ଓ ଚନ୍ଦ୍ରବାବୁ ନାଇଡୁଙ୍କୁ ଖୁସି କରିବାକୁ କେନ୍ଦ୍ର ସରକାର ଏପରି କରିଥିବା ଆସିଥିଲା ଅଭିଯୋଗ । ଏବେ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ମଧ୍ୟ ବିହାର ପାଇଁ ବଡ ଘୋଷଣା କରି ଚମ୍‌କାଇଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 

  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.