ନୂଆଦିଲ୍ଲୀ୧ /୨: ବଜେଟ୍ରେ ଚାଷୀଙ୍କ ପାଇଁ ବଡ ଘୋଷଣା । ବଢିଲା କିଷାନ କ୍ରେଡିଟ କାର୍ଡ ଲିମିଟ୍ । ଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା । ପ୍ରଥମ ପର୍ଯ୍ୟାୟରେ ଶହେଟି ବିକାଶଶୀଳ ଜିଲ୍ଲା ସାମିଲ । ଯୁବ ଚାଷୀ,ଗ୍ରାମୀଣ ମହିଳା ଓ ଛୋଟ ଛୋଟ ଚାଷୀଙ୍କୁ ଫୋକସ୍ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରି ଚାଷୀଙ୍କୁ ଖୁସ୍ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାର ଘୋଷଣା କରିବା ସହ କିଷାନ କ୍ରେଡିଟ କାର୍ଡର ଲିମିଟ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ରହିଥିବାବେଳେ ଏବେ ୫ ଲକ୍ଷକୁ ବୃଦ୍ଧି କରାଯାଇଛି ।
ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଏହି ବଜେଟ୍ ଅର୍ଥନୀତିକୁ ଦିଗ ଦେବ । ସମସ୍ତଙ୍କ ବିକାଶ ଓ ମଧ୍ୟବିତ୍ତଙ୍କ କ୍ଷମତା ବୃଦ୍ଧି କରିବା ଆମର ଲକ୍ଷ୍ୟ । ଯୁବ ଚାଷୀ,ଗ୍ରାମୀଣ ମହିଳା ଓ ଛୋଟ ଛୋଟ ଚାଷୀଙ୍କ ଉପରେ ଫୋକସ୍ ରହିବ । ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାକୁ ରାଜ୍ୟ ସରକାରଙ୍କ ସହ ମିଶି ଚଲାଇବେ କେନ୍ଦ୍ର ସରକାର । ଯାହାର ଫାଇଦା ୧.୭ କୋଟି ଚାଷୀଙ୍କୁ ମିଳିବ । ପ୍ରଥମ ପର୍ଯ୍ୟାୟରେ ଶହେଟି ବିକାଶଶୀଳ କୃଷି ଜିଲ୍ଲାକୁ ସାମିଲ କରାଯିବ ।