ଭାରତ ବନାମ ପାକିସ୍ତାନ ଟେଷ୍ଟ ସିରିଜ୍‌କୁ ନେଇ ଆସିଲା ବଡ଼ ଅପଡେଟ୍, ବିସିସିଆଇ କହିଲା...

Published By : Prameya-News7 Bureau | May 17, 2023 IST

ନୂଆଦିଲ୍ଲୀ:  ଭାରତ ଏବଂ ପାକିସ୍ତାନ ମଧ୍ୟରେ ରାଜନୈତିକ ତିକ୍ତତା କାରଣରୁ ଦୀର୍ଘ ସମୟ ଧରି କୌଣସି ଦ୍ଵିପାକ୍ଷିକ କ୍ରିକେଟ୍ ସିରିଜ୍ ଆୟୋଜନ ହୋଇ ନାହିଁ। ଦୁଇ ଦେଶ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପରର ମୁକାବିଲା କରୁଛନ୍ତି। ଦୁଇ ଦେଶ ମଧ୍ୟରେ ଶେଷ ଟେଷ୍ଟ ୨୦୦୭ ମସିହାରେ ଖେଳା ଯାଇଥିଲା। ମାତ୍ର ବୁଧବାର ନଜମ ସେଠୀ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ନିରପେକ୍ଷ ସ୍ଥାନରେ ଟେଷ୍ଟ ସିରିଜ୍ ଖେଳି ପାରନ୍ତି। ହେଲେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ର ଏହି ଦାବିକୁ ଖଣ୍ଡନ କରିଛନ୍ତି। ବିସିସିଆଇ ସ୍ପଷ୍ଟ କରିଛି ଯେ, ଭାରତର ଏମିତି କୌଣସି ଯୋଜନା ନାହିଁ।

India vs Pakistan ODI World Cup match to be held on this date, Men in Blue  to face Australia first | Cricket News – India TV

ପାକିସ୍ତାନ ଗଣମାଧ୍ୟମ ପ୍ରକାଶ କରିଥିଲେ ଯେ, ପିସିବି ମୁଖ୍ୟ ନଜମ ସେଠୀ ପାକିସ୍ତାନ ଏବଂ ଭାରତ ମଧ୍ୟରେ ନିରପେକ୍ଷ ସ୍ଥାନରେ ଟେଷ୍ଟ ସିରିଜ୍‌ ଆୟୋଜନକୁ ସବୁଜ ସଙ୍କେତ ଦେଇଛନ୍ତି। ଅନ୍ୟପଟେ ବିସିସିଆଇ ଏହି ଖବରକୁ ଖଣ୍ଡନ କରିଛି। ବିସିସିଆଇ ସୂତ୍ର ଅନୁଯାୟୀ, ଭବିଷ୍ୟତରେ କିମ୍ବା ଆଗାମୀ ଦିନରେ ପାକିସ୍ତାନ ସହ କୌଣସି ପ୍ରକାରର ସିରିଜ୍ ଆୟୋଜନର ଯୋଜନା ନାହିଁ। ଆମେ ପାକିସ୍ତାନ ସହ କୌଣସି ପ୍ରକାରର ଦ୍ଵିପାକ୍ଷିକ ଶୃଙ୍ଖଳା ପାଇଁ ପ୍ରସ୍ତୁତ ନହୁଁ।

Pakistan Agree to Tour India For ODI World Cup 2023, IND-PAK Marquee Clash  on October 15: Report

ସୂଚନାଯୋଗ୍ୟ, କିଛି ଦିନ ହେବ ଏସିଆ କପ୍-୨୦୨୩କୁ ନେଇ ମୁହାଁମୁହିଁ ଭାରତ ଏବଂ ପାକିସ୍ତାନ। ଆଗାମୀ ଏସିଆ କପ୍‌ର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ଅଛି, ହେଲେ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ ବୋଲି ସଂପାଦକ ଜୟ ଶାହା ସ୍ପଷ୍ଟ କରି ସାରିଛନ୍ତି। ତେଣୁ ନଜମ ସେଠୀ ଏସିଆ କପ୍‌କୁ ନେଇ ହାଇବ୍ରିଡ୍ ମୋଡେଲ୍‌ର ପ୍ରସ୍ତାବ ଦେଇଛନ୍ତି, ଯାହା ଅନୁସାରେ ଭାରତୀୟ ଦଳର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଆୟୋଜିତ ହେବ ଏବଂ ବାକି ଦେଶ ପାକିସ୍ତାନରେ ମ୍ୟାଚ୍ ଖେଳିବେ। ହେଲେ ବିସିସିଆଇ ହାଇବ୍ରିଡ୍ ମୋଡେଲ୍‌କୁ ନେଇ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.