ଡୁଙ୍ଗୁରିପାଲି ବ୍ଲକ୍‌ରେ ଜୋନ୍ ସ୍ତରୀୟ ବିଜୁ ଯୁବ ଛାତ୍ର ସମାବେଶ

Published By : Prameya-News7 Bureau | April 14, 2024 IST

ବିନିକା ୧୪।୪: ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀ ଡୁଙ୍ଗୁରିପାଲି ବ୍ଲକ୍‌ରେ ଜୋନ୍ ସ୍ତରୀୟ ବିଜୁ ଯୁବ ଛାତ୍ର ସମାବେଶ ଲିଙ୍ଗମାନୀ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଯୋଗଦେଇ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥି ଭାବେ ଡୁଙ୍ଗୁରିପାଲି ବ୍ଲକ ଉପାଧ୍ଯକ୍ଷ ମକର୍ଦ୍ଦଜ ସାହୁ, ବ୍ଲକ ସଭାପତି ହିମାଂଶୁ ବିଶ୍ଵାଳ, ଯୁବ ସଭାପତି ଧର୍ମେନ୍ଦ୍ର ବିଶ୍ଵାଳ ଉପସ୍ଥିତ ଥିଲେ l ଶେଷରେ ଅନେକ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରlଣିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ l 

You Can Read :

ସିରିଜ ଡକାୟତି : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.