ଡେରାବିଶରେ ବାର୍ଡ ଫ୍ଲୁ : ଫାର୍ମରେ ଥିବା ଜୀବନ୍ତ ଓ ମୃତ କୁକୁଡାକୁ ଗାତ ଖୋଳି ପୋତିଲା ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | September 08, 2024 IST

କେନ୍ଦ୍ରାପଡା ୮।୯: କେନ୍ଦ୍ରାପଡା ଡେରାବିଶ ଅଞ୍ଚଳରେ ବାର୍ଡ ଫ୍ଲୁ । ବିଭିନ୍ନ କୁକୁଡା ଫାର୍ମରେ ଗତ ୧୦ ଦିନ ଧରି ଲାଗି ରହିଥିବା କୁକୁଡା ମଡକ ଶେଷରେ ବାର୍ଡ ଫ୍ଲୁ ବୋଲି ପ୍ରମାଣିତ ହୋଇଛି । ଫାର୍ମ ଗୁଡିକରୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ରିପୋର୍ଟ ପଜିଟିଭ୍‌ ଜଣାପଡିବା ପରେ  ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପ୍ରାଣୀ ସମ୍ପଦ ବିଭାଗର ଏକ ଟିମ୍‌ ବାଲିଆ ଗାଁରେ ପହଁଚି ବିଭିନ୍ନ ସଂକ୍ରମିତ ଫାର୍ମକୁ ବିଶୋଧନ କରିଥିଲେ । ଫାର୍ମରେ ଥିବା ଉଭୟ ଜୀବ ଓ ମୃତ କୁକୁଡା ଗୁଡିକୁ ସଂଗ୍ରହ କରାଯାଇ ଗାତଖୋଳି ପୋତି ଦିଆଯାଇଥିଲା । କୁକୁଡା ଚାଷୀମାନଙ୍କୁ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏହି କାମରେ ୧୪ ଗୋଟି ଟିମ୍‌ ସାମିଲ ହୋଇଥିଲେ । ବାଲେଶ୍ବର ଓ ମୟୁରଭଞ୍ଜରୁ ୧୨ଟି ଏବଂ କେନ୍ଦ୍ରାପଡାର ୨ଟି ଟିମ୍‌ ଏହି ଅଭିଯାନରେ ସାମିଲ ହୋଇଥିଲେ । ଦ୍ବିତୀୟ ପର୍ଯ୍ୟ।ୟରେ ଟିମ୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଜଣାପଡିଛି । 

ସେପ୍ଟେମ୍ବର ୧ ତାରିଖ ଦିନ ଡେରାବିଶ ଅଞ୍ଚଳରେ କୁକୁଡା ମଡକ ଘଟଣା ସାମ୍ନାକୁ ଆସିଥିଲା । ପରେ ଖବର ପାଇ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା । ଡେରାବିଶ ବ୍ଲକର ବାଲିଆ, ଏଣ୍ଡର, ନରସିଂହପୁର, ତିଲଙ୍ଗ ପ୍ରଭୃତି ଗାଁର ପ୍ରାୟ ୭୦ରୁ ଅଧିକ କୁକୁଡା ଫାର୍ମରେ କୁକୁଡା ମଡକ ଘଟଣା ସାମ୍ନାକୁ ଆସିଥିଲା । ମୃତ କୁକୁଡା ଗୁଡିକୁ ବସ୍ତାରେ ଭର୍ତ୍ତି କରି ଲୋକେ ଏଣେତେଣେ ଫୋପାଡି ଥିଲେ । ଫଳରେ ସଂକ୍ରମଣ ବଢି ଯାଇଥିଲା । ଏବେ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏବେ ରାପିଡ ରେସ୍ପନ୍ସ ଟିମ୍‌ ସମଗ୍ର ଅଂଚଳକୁ ବିଶୋଧନ କରିବା କାର୍ଯ୍ୟ ଆରମ୍ଭ କରିଛି । ଏହି ଟିମ୍‌ ରେ ଡାକ୍ତର, ବିଶେଷଜ୍ଞ, ପୋଲିସ ସାମିଲ ହୋଇଛି । 

You Can Read:

ନୂଆଁଖାଇ ପାଳିଲେ ପଶ୍ଚିମ ଓଡିଶାବାସୀ, ମାଁ ସମଲେଶ୍ଵରୀଙ୍କ ମନ୍ଦିରରେ ନୂଆ ଖାଇଲେ ମୁଖ୍ୟମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.