ଭୁବନେଶ୍ବର ୯।୧୧: ସରକାର ଚାଲିଛି । ହେଲେ ଗତ ୫ ମାସରେ ବହୁ ଘଟଣା ଘଟିଲାଣି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । କେନ୍ଦୁଝର ଓ କଟକରେ ଦୁଷ୍କର୍ମ, ମୁଖ୍ୟମନ୍ତ୍ରୀ ତ କିଛି କହୁ ନାହାନ୍ତି । ସେ ଦୁଃଖ ପ୍ରକାଶ କରି କୁହନ୍ତୁ ଯେ, ମୁଁ ମୁଖ୍ୟମନ୍ତ୍ରୀ ଭାବେ କହୁଛି ରାଜ୍ୟରେ ଏପରି ହେବା କଥା ନୁହେଁ । ଉପ ମୁଖ୍ୟମନ୍ତ୍ରୀ କେବେ ବି ଗ୍ରାଉଣ୍ଡ ଯାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । କହିଲେ ପରିବର୍ତ୍ତନ ଆଣିବୁ । ସେ ଇତିହାସ ପରିବର୍ତ୍ତନ କରିଦେଲେ । କାରଣ ଗତ ୨୪ ବର୍ଷ ଭିତରେ କେହି ଆମ୍ବ ଟାକୁଆ ଖାଇ ନଥିଲେ, ସେମାନେ ଖୁଆଇ ଦେଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପରି ରାଜ୍ୟକୁ ବଳକା ରାଜ୍ୟ କରିଥିଲେ, ବର୍ତ୍ତମାନର ସରକାର ପରିବର୍ତ୍ତନ ନାରା ଦେଇ ଆସି ଆମ୍ବ ଟାକୁଆ ଖୁଆଇ ଦେଲେ । ଲୋକ ମଲେ । ହେଲେ ସରକାର ନିଦା ବିଷ୍ଣୁ ସାଜିଛନ୍ତି । ଶାସନ କଳ ଯେମିତି ଚାଲିବା କଥା ସେମିତି ଚାଲିନି । କେବଳ ତାଙ୍କ ଦଳୀୟ କଥା ଚାଲିଛି । ରାସ୍ତାରେ ଏବେ ବୋର୍ଡ ମାରୁଛନ୍ତି, ସେ ରାସ୍ତା ସେମାନେ କରିଛନ୍ତି ନା ତା ନାଁ ଜାଣିଛନ୍ତି । ଇଞ୍ଚେ ରାସ୍ତା ତିଆରି କରିଛନ୍ତି । କହୁଥିଲେ ରିପୋର୍ଟ କାର୍ଡ ଦେବେ । କି ରିପୋର୍ଟ କାର୍ଡ ଦେବେ ? କେବଳ ନାଁ ରଙ୍ଗ ଓ କର୍ମଚାରୀ ପରିବର୍ତ୍ତନ କରିଛନ୍ତି । ଲୋକଙ୍କ ପାଇଁ ତ କିଛି କରି ନାହାନ୍ତି । ସାଧାରଣ ଲୋକ ଯାହା ଆଶା କରିଥିଲେ, ତାହା ସରକାର କରିବାରେ ବିଫଳ । ନାରୀ ଅତ୍ୟାଚାର ବଢ଼ି ଚାଲିଛି । ସରକାର ଚୁପ ବସି ଭୁଆଁ ବୁଲାଇ ଚାଲିଛନ୍ତି । ମହିଳା ଅତ୍ୟାଚାର ବଢ଼ି ବଢ଼ି ଚାଲିଛି । ନୂଆ ସରକାର ଆସିବାର ତିନି ମାସରେ ଧର୍ଷଣ ହେବା ପରେ ବି ସରକାର କେମିତି କହୁଛନ୍ତି ଯେ ଶାସନ ଠିକ୍ ଚାଲିଛି ? ଆଗ ଶାସନ କଳକୁ ଠିକ୍ କରନ୍ତୁ । ଲୋକଙ୍କୁ ପାଖରେ ଯେଉଁ ଶାସନ ପହଞ୍ଚିବା କଥା, ତାହା ହେଉନି । ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ କେବଳ ବିଦେଶୀ ଗସ୍ତ କରି ଦଳୀୟ କାମ କଲେ ଲୋକଙ୍କ ପେଟ ପୁରିବ ନାହିଁ ବୋଲି ପ୍ରମିଳା କହିଛନ୍ତି ।
You Can Read:
ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୋଲିସ, ମନସୁରର ମୋବାଇଲ୍ ଖୋଲିବ ସତ