ଭୁବନେଶ୍ବର ସାଂସଦଙ୍କୁ ଟାର୍ଗେଟ୍ କଲେ ପାଣ୍ଡିଆନ୍, ‘ରାଜଧାନୀରେ ରିଂ ରୋଡ୍ ପାଇଁ ଇଟା ଖଣ୍ଡେ ପକାଇ ପାରିଲେନି’

Published By : Prameya-News7 Bureau | May 22, 2024 IST

ଖୋର୍ଦ୍ଧା ୨୨।୫: ଖୋର୍ଦ୍ଧାରେ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର । ଖୋର୍ଦ୍ଧା ହାବେଳି ପଡିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ । ବିଜେଡିର ବରିଷ୍ଠ ନେତା ଭି.କେ. ପାଣ୍ଡିଆନ୍ ମଧ୍ୟ ପ୍ରଚାର କରିଛନ୍ତି । ଖୋର୍ଦ୍ଧା ଜନସଭାରୁ ବିଜେପି ସାଂସଦଙ୍କୁ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନ୍ । ସେ କହିଛନ୍ତି, ଖବରକାଗଜରେ ସାଂସଦ କ'ଣ କରିଛନ୍ତି ଲେଖିଛନ୍ତି । NH ପାଇଁ ୬୪୦୦କୋଟି ଖର୍ଚ୍ଚ ହୋଇଥିବା ଲେଖିଛନ୍ତି । NH କାମରେ ସାଂସଦଙ୍କ କ'ଣ ଭୂମିକା ବୋଲି ପ୍ରଶ୍ନ କଲେ ପାଣ୍ଡିଆନ । ସବୁ ରାଜଧାନୀକୁ କେନ୍ଦ୍ର ସରକାର ରିଂ ରୋଡ୍ ଦେଇଛନ୍ତି । ଅନ୍ୟ ରାଜ୍ୟ ରାଜଧାନୀର ବିଜେପି ସାଂସଦ ରିଂ ରୋଡ୍ କଲେ । ଭୁବନେଶ୍ବର ସାଂସଦ ଇଟା ଖଣ୍ଡେ ପକାଇ ପାରିଲେନି । 

ରାଜଧାନୀରେ ଫୁଟ୍ ଓଭରବ୍ରିଜ କରିଥିବା ଲେଖିଛନ୍ତି । ସେ କରିଥିବା ଫୁଟ୍‌ ଓଭରବ୍ରିଜରେ କେହି ଯାଉନାହାନ୍ତି । ୫ ବର୍ଷରେ ଫୁଟ୍‌ ଓଭରବ୍ରିଜ କେତେ ବଡ଼ ସଫଳତା ବୋଲି ପ୍ରଶ୍ନ କଲେ ପାଣ୍ଡିଆନ୍ । ମନ୍ଦିରରେ ୱାଟର କୁଲର ବାଣ୍ଟିଥିବା ବି ଲେଖିଛନ୍ତି ସାଂସଦ । ଯେଉଁ କାମ ସେ କରିଛନ୍ତି ତାହା ସରପଞ୍ଚମାନେ ବି କରୁଛନ୍ତି । ସାଂସଦ ହୋଇ କ'ଣ କଲେ ବୋଲି ପାଣ୍ଡିଆନ୍ ପ୍ରଶ୍ନ କରିଛନ୍ତି ।

You Can Read :

ଖୋର୍ଦ୍ଧା ହାବେଳି ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ଜନସଭା, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ୍ ଅପିଲ୍

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.