ସମ୍ୱଲପରୁରୁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରରୁ ଅପରାଜିତା; ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

Published By : Prameya-News7 Bureau | March 24, 2024 IST

ନୂଆଦିଲ୍ଲୀ: ଆଗାମୀ ଲୋକସଭା ୨୦୨୪ ପାଇଁ ବିଜେପି ପ୍ରାର୍ଥୀଙ୍କ ପଞ୍ଚମ ସୂଚୀ ଜାରି କରିଛି । ୧୭ ରାଜ୍ୟର ମୋଟ ୧୧୧ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ବିଜେପି ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ସମ୍ୱଲପରୁ ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ଭୁବନେଶ୍ୱର ଲୋକସଭା ଆସନ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ ପୁଣି ଥରେ ମୈଦାନକୁ ଓହ୍ଲାଇଛି ।  

ଲୋକସଭା ଆସନ

ବରଗଡ-ପ୍ରଦୀପ ପୁରୋହିତ

ସୁନ୍ଦରଗଡ଼-ଜୁଏଲ ଓରାମ

ସମ୍ୱଲପୁର-ଧର୍ମେନ୍ଦ୍ର ପ୍ରଧାନ

କେନ୍ଦୁଝର-ଅନନ୍ତ ନାୟକ

ମୟୂରଭଞ୍ଜ-ନବ ଚରଣ ମାଝୀ

ବାଲେଶ୍ୱର-ପ୍ରତାପ ଷଡଙ୍ଗୀ

ଭଦ୍ରକ-ଅଭିମନ୍ୟୁ ସେଠୀ

ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି

ବଲାଙ୍ଗୀର-ସଙ୍ଗୀତା କୁମାରୀ ସିଂ ଦେଓ

କଳାହାଣ୍ଡି-ମାଲଭିକା କେଶରୀ ଦେଓ

ନବରଙ୍ଗପୁର-ବଳଭଦ୍ର ମାଝୀ

କେନ୍ଦ୍ରାପଡ଼ା-ବୈଜୟନ୍ତ ପଣ୍ଡା

ଜଗତସିଂହପୁର-ବିଭୂ ପ୍ରସାଦ ତରାଇ

ପୁରୀ-ସମ୍ୱିତ୍ ପାତ୍ର

ଭୁବନେଶ୍ୱର-ଅପରାଜିତା ଷଡଙ୍ଗୀ

ଆସିକା-ଅନିତା ଶୁଭଦର୍ଶିନୀ

ବ୍ରହ୍ମପୁର-ପ୍ରଦୀପ ପାଣିଗ୍ରାହୀ

କୋରାପୁଟ-କାଳୀରାମ ମାଝୀ

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ପାଇଁ ଏକାକୀଳନ ଭୋଟ ହେବ । ବିଧାନସଭା ଆସନ ପାଇଁ ବିଜେପି ଏବେ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ । ଉଲ୍ଲେଖଯୋଗ୍ୟ ବିଜେପି ପୂର୍ବରୁ ଚାରୋଟି ସୂଚୀରେ ୨୯୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଆଜିକୁ ମିଶାଇ ମୋଟ ୩୯୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବଳକା ଆସନ ପାଇଁ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା ହୋଇପାରେ ।  

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.