ଶାଖା କେନାଲରେ ୩୦ ଫୁଟ୍‌ର ଘାଇ, ଏକର ଏକର ଜମି ଏବେ ବାଲିଚର

Published By : Prameya-News7 Bureau | August 12, 2024 IST

କାମାକ୍ଷାନଗର ୧୨।୦୮ : ରେଙ୍ଗାଳି ବାମ କେନାଲର ଶାଖା କେନାଲରେ ୩୦ ଫୁଟ୍‌ର ଘାଇ । ଦୀର୍ଘ ୪ ଦିନ ହେଲା ଘାଇ ସୃଷ୍ଟି ହୋଇଛି, ତଥାପି କୌଣସି ବିଭାଗୀୟ ଅଧିକାରୀଙ୍କ ଦେଖାନାହିଁ । ସେପଟେ ତଳମୁଣ୍ଡରେ ଥିବା ଚାଷ ଜମିରେ ପାଣି ପଶିଯିବାରୁ ଚିନ୍ତାରେ ଚାଷୀ । 

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲର ଶାଖା କେନାଲଟିରେ ପ୍ରାୟ ୩୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି । ଘାଇ ସୃଷ୍ଟି ହୋଇ ଧାନବିଲରେ ମାଡିଯାଇଛି ପାଣି । ଏପରିକି ଧାନ ବିଲ ଏବେ ବାଲିଚର ହୋଇଯାଇଛି । ଯାହାଫଳରେ ଏକର ଏକର ଧାନ ଚାଷ ନଷ୍ଟ ହେବା ସହ କେନାଲ ପାଖ ବିଲ ଏବେ ଜଳମଗ୍ନ

ତେବେ ସବୁଠୁ ବଡ଼ କଥା ହେଉଛି । ଆଜକୁ ୪ ଦିନ ଧରି କେନାଲଟି ଭାଙ୍ଗିଯାଇଥିଲେ ମଧ୍ୟ ବିଭାଗ ତରଫରୁ ମରାମତି ନେଇ କୌଣସି ପଦକ୍ଷେପ ନେଇନାହାନ୍ତି । ଫଳରେ ଏହି କେନାଲ ପାଣିକୁ ଚାହିଁ ଏବେ ଚିନ୍ତାର ଚାଷୀ । ତେଣୁ ତୁରନ୍ତ କେନାଲ ମରାମତି ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.