ଢେଙ୍କାନାଳ ଅବକାରୀ ବିଭାଗକୁ ସଫଳତା, ୭୦ କେଜି ଗଞ୍ଜେଇ ସହ ୭ ମାଫିଆ ଗିରଫ

Published By : Prameya-News7 Bureau | July 27, 2024 IST

କାମାକ୍ଷାନଗର ୨୭/୭: ଢେଙ୍କାନାଳ ଅବକାରୀ ବିଭାଗକୁ ବଡ ସଫଳତା । ୩ଟି ବୋଲେରୋ ଓ ଗୋଟିଏ କାର୍‌ରେ ଚାଲାଣ ପାଇଁ ଯାଉଥିଲା ଗଞ୍ଜେଇ । ୭୦ କେଜି ଗଞ୍ଜେଇ ସହ ୭ ମାଫିଆଙ୍କୁ ବାନ୍ଧିଲା ଅବକାରୀ ବିଭାଗ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭ଲକ୍ଷ ଟଙ୍କା ହେବ ।

ବିଳମ୍ବିତ ରାତିରେ କନ୍ଧମାଳ ଓ ବୌଦ୍ଧ ଅଞ୍ଚଳରୁ ଚୋରାରେ ଗଞ୍ଜେଇ ଆସୁଥିବାର ଖବରପାଇ କାମାକ୍ଷାନଗର, ପରଜଙ୍ଗ ଓ ଭୁବନ ଅବକାରୀ ବିଭାଗର   ୨୫ ଜଣିଆ କର୍ମଚାରୀ ୪ଟି ଟିମ୍‌ରେ ବିଭକ୍ତ ହୋଇ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲେ l

ଗିରଫ ୭ ଜଣଙ୍କ ମଧ୍ୟରୁ ୪ ଜଣ କନ୍ଧମାଳର ହୋଇଥିବାବେଳେ ୩ ଜଣ ଭୁବନର । ବୌଦ୍ଧ ଓ କନ୍ଧମାଳ ଅଞ୍ଚଳରୁ ଗଞ୍ଜେଇ ଭୁବନ ଆସୁଥିଲା । ସେଠାରୁ ଢେଙ୍କାନାଳ ସମେତ ଯାଜପୁରରେ ବିକ୍ରି କରାଯାଏ । ଗିରଫ ୭ ଗଞ୍ଜେଇ ମାଫିଆଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.