ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ବିଜେପି କର୍ମୀଙ୍କ ବିରୋଧ

Published By : Prameya-News7 Bureau | February 12, 2025 IST

ଆଠଗଡ଼: ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ବିଜେପି କର୍ମୀଙ୍କ ବିରୋଧ । ତିଗିରିଆ ବ୍ଲକ ପଞ୍ଚାୟତ ସମିତି ବୈଠକରେ ବିଧାୟକଙ୍କ ଯୋଗଦାନକୁ ନେଇ ବିରୋଧ କରିବା ସହିତ ନାରାବାଜି କରିବା ସହିତ  ବ୍ଲକର ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ପରବର୍ତ୍ତୀ ସମୟରେ ପୋଲିସ ସହାୟତାରେ ଉକ୍ତ ବୈଠକରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ବୈଠକରେ ଯୋଗ ଦେଇଛନ୍ତି। 

ତେବେ ବୈଠକରୁ ଫେରୁଥିବା ସମୟରେ ବିଜେପି କର୍ମୀଙ୍କ ଆଠଗଡ ବିଧାୟକଙ୍କ ଗାଡ଼ିକୁ ଢେଲା ମାଡ କତିଛନ୍ତି। ବ୍ଲକ ସମ୍ମୁଖରେ ବିଜେଡ଼ି ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା ସହିତ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ତିଗିରିଆ ପୋଲିସ ସମେତ ବ୍ୟାପକ ଫୋର୍ସ ମୃତୟନ କରାଯାଇ ସ୍ଥିତି ନିୟନ୍ତ୍ରଣ କରାଯାଇଛି। 

Also read: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୫ ହଜାର ଶିକ୍ଷକଙ୍କ ବଢିଲା ଦରମା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.