ଭୁବନେଶ୍ଵର: ସାରା ରାଜ୍ୟରେ ଏବେ କଲବଲ ହେଉଛନ୍ତି ଟମାଟୋ ଚାଷୀ।କାରଣ ଟମାଟୋର ଅଭାବୀ ବିକ୍ରିକୁ ନେଇ ଚାଷୀଙ୍କୁ ଚିନ୍ତା ଘାରିଛି।ଏବେ ଶାଗ ମାଛ ଦରରେ ମାତ୍ର ଦୁଇ ତିନି ଟଙ୍କାରେ ବିକ୍ରି ହେଉଛି ଟମାଟୋ।ଧାର, କରଜ କରି ଝାଳ ବୁହାଇ ଟାଷୀ ଦି ପଇସା ରୋଜଗାର ଆଶାରେ ଟମାଟୋ ଚାଷ କରିଥିଲେ।ହେଲେ ଏବେ କ୍ଷେତରେ କେଉଁଠି ଟମାଟୋ ପଚିବାକୁ ବସିଲାଣି ତ ଆଉ କେଉଁଠି ଛେଳି ଖାଇଗଲେଣି। ଏଭଳି ସ୍ଥିତିରେ କେମିତି ସୁଝିବେ ଋଣ, କେମିତି ପରିବାର ପ୍ରତିପୋଷଣ ହେବ, ଚାଷୀ ମୁଣ୍ଡରେ ପଡିଛି ସେହି ଚଡ଼କ।
ତିନି ମାସ ତଳେ ଯେଉଁ ଟମାଟୋ ଦର କିଲୋଗ୍ରାମ ପିଛା ଶହେ ଟଙ୍କା ବା ତାଠାରୁ ଅଧିକ ଥିଲା ଆଜି କିନ୍ତୁ ସେହି ଚିତ୍ର ନାହିଁ।ଏବେକାର ଚିତ୍ର ଏମିତି, ଦେଖିଲେ ଯେ କେହି ମର୍ମାହତ ହେବ। କାରଣ ଏବେ ରାଜ୍ୟରେ ଦେଖିବାକୁ ମିଳିଛି ଟମୋଟୋର ଅଭାବୀ ବିକ୍ରି। ଶାଗ ମାଛ ଦରରେ ମାତ୍ର ଦୁଇ ଟଙ୍କା ଦରରେ ବି ବିକ୍ରି ହେଉଛି ଟମାଟୋ।
ଗ୍ରାଉଣ୍ଡ ଜିରୋର ସ୍ଥିତି ଦେଖିଲେ ଦେଖିବା ଟମାଟୋ କ୍ଷେତର ଏମିତି କିଛି ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ବିଚଳିତ କରିବ। ଧାର କରଜ କରି ଝାଳ ବୁହାଇ ଟମାଟୋ ଚାଷ କରିଥିଲା ଚାଷୀ, କିନ୍ତୁ ସେହି କ୍ଷେତ୍ରରେ ଏବେ ଚରୁଛନ୍ତ ଛେଳି।କ୍ଷେତରେ ଟମାଟୋ ସବୁ ନଷ୍ଟ କରିବା ସହ ଖାଇଯାଉଛନ୍ତି ଛେଳି।ଏମିତି ଦୃଶ୍ୟ ଦେଖି ଚାଷୀ ଛାତି ଫାଟିନଯିବ କେମିତି ? ଏମିତି ସ୍ଥିତିରେ ଜଗତସିଂହପୁର ଜିଲ୍ଲାରେ ଟମାଟୋର ଅଭାବୀ ବିକ୍ରୀକୁ ନେଇ ଚାଷୀକୁଳ ହତାଶ।ମାତ୍ର ୨ରୁ ୩ ଟଙ୍କାରେ ବିକ୍ରି ହେଉଛି ଟମାଟୋ। କେମିତି ପ୍ରତିପୋଷୋଣ ହେବ ପରିବାର, ଚାଷୀ ମୁଣ୍ଡରେ ପଡିଛି ଚଡ଼କ।
ଟମାଟୋ ଚାଷ ପାଇଁ ଜଣାଶୁଣା ଆନନ୍ଦପୁର ଉପଖଣ୍ଡ ପଦ୍ମପୁରର ମଧ୍ୟ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।ଏକର ଏକର ଜମିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚାଷ କରିଥିଲେ। ହେଲେ ଏବେ ଅମଳ ସମୟରେ ୨୫ କିଲୋ ଟ୍ରେକୁ ମିଳୁଛି ମାତ୍ର ୪୦ରୁ ୫୦ ଟଙ୍କାରେ। ଟାଣ ଖରା ଯୋଗୁଁ କ୍ଷେତରେ ପଚିବାକୁ ବି ବସିଲାଣି ଟମାଟୋ। ଋଣ କିପରି ସୁଝିବେ ତାକୁ ନେଇ ଚିନ୍ତାରେ ଚାଷୀ।ଏହି ସମମ୍ୟା ଭିତରେ ଜୋର ଧରିଲାଣି ଶୀତଳ ଭଣ୍ଡାର ଦାବି। ସେହିପରି ବାଙ୍କୀ ଅଞ୍ଚଳରେ ମଧ୍ୟ ଶାଗମାଛ ଦରରେ ବିକ୍ରି ହେଉଛି ଟମାଟୋ ଆଉ ପନିପରିବା। ଟମାଟୋ କିଲୋ ପିଛା ୩ ଟଙ୍କାରେ ବିକ୍ରି ହେଉଥିବାରୁ, କ୍ଷତି ସହନପାରି ହତାଶ ହୋଇପଡ଼ିଛନ୍ତି ଚାଷୀ।
ସେହିପରି ଝାରସୁଗୁଡ଼ାରେ ଚାଷୀଙ୍କୁ କଲବଲ କରୁଛି ଟମାଟୋ।ବିଲରେ ଅଛି ଶହଶହ କେଜି ପାଚିଲା ଟମାଟୋ। ହେଲେ ଦର କେଜି ମାତ୍ର ୨ ଟଙ୍କା l ବେପାରୀ ମାନେ ବିଲରେ ପହଂଚି ମାତ୍ର ଟଙ୍କାଏ ଦି ଟଙ୍କା ଦରରେକିଣୁଛନ୍ତି ଟମାଟୋ l ଫଳରେ ମୁଣ୍ଡରେ ହାତ ଦେଇ ବସିଛ ଚାଷୀ। ରାଜ୍ୟରେ ଏବେ ଟମାଟୋ ଚାଷୀମାନେ ହତାଶ ହୋଇପଡ଼ିଥିବା ବେଳେ, ସେମାନଙ୍କୁ ସହାୟତା ପାଇଁ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।