ସେଲିବ୍ରିଟି କ୍ରିକେଟ୍ ଲିଗ୍ : ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ଦେଲେ ଫିଲ୍ମ ନିର୍ଦ୍ଦେଶକ ବୋନି କପୁର ଏବଂ ଅଭିନେତା ଅର୍ଜୁନ କପୁର

Published By : Prameya-News7 Bureau | February 12, 2025 IST

ଭୁବନେଶ୍ୱର ୧୨।୦୨ : ଆଜି ଓଡିଶା ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରସିଦ୍ଧ ବଲିଉଡ୍ ଫିଲ୍ମ ନିର୍ମାତା ବୋନି କାପୁର ଏବଂ ଅଭିନେତା ଅର୍ଜୁନ କାପୁର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଓଡିଶାରେ ଆୟୋଜିତ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ୍ ଲିଗରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ବୋନି କପୁର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ବୋନି କପୁର କହିଛନ୍ତି ଯେ, ଓଡିଶାରେ ପିଲ୍ମ ସୁଟିଂ ପାଇଁ ବ୍ୟାପକ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟାପ୍ତ ସୁବିଧା ରହିଛି । ଏ ସବୁର ପ୍ରଚାର ପ୍ରସାର ହେଲେ ବହୁ ଫିଲ୍ମ ନିର୍ମାତାଙ୍କ ପାଇଁ ଓଡିଶା ହେବ ପସନ୍ଦ ଯୋଗ୍ୟ ଫିଲ୍ମ ସୁଟିଂ ସ୍ଥାନ । ଏଥି ସହିତ ରାଜ୍ୟ ପର୍ଯ୍ୟଟନର ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ବିଧାୟକ ମାନେ ଉପସ୍ଥିତ ଥିଲେ ।

ଫେବୃଆରୀ ୧୬ରେ ଆୟୋଜିତ ହେବାକୁ ଯାଉଛି ସେଲିବ୍ରିଟି କ୍ରିକେଟ ଲିଗ୍ । କଟକ ବାରବାଟୀରେ କ୍ରିକେଟ ଖେଳିବେ ନାମୀଦାମୀ ଭାରତୀୟ ଫିଲ୍ମ ଷ୍ଟାର । ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିସିଏଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବେଙ୍ଗଲ ସେଲିବ୍ରିଟି କ୍ରିକେଟର କଟକ ବାରବାଟୀ ହୋମ୍ ଗ୍ରାଉଣ୍ଡ ହେବ ବୋଲି ଟିମ୍ ଓନର ବୋନି କପୁର ଘୋଷଣା କରିଛନ୍ତି। ବେଙ୍ଗଲର ମୁକାବିଲା ମୁମ୍ବାଇ ଷ୍ଟାର ଟିମ୍ କୁ ଭେଟିବ। ଅର୍ଜୁନ କପୁର୍, ସୋହେଲ ଖାଁ, ସୋନୁ ସୁଦ୍, ମିକା ସିଂ, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ, ଜାହ୍ନବୀ କପୁର ଭଳି ଷ୍ଟାରମାନେ ଖେଳୁଥିବାର ଦର୍ଶକ ଦେଖିବେ। ଫେବୃଆରୀ ୧୧ରୁ ବାରବାଟୀରେ ଟିକେଟ ମିଳିବା ଆରମ୍ଭ ହୋଇଛି। ଏହାଛଡା ରେଲୱେ ଷ୍ଟେସନ, ବିମାନ ବନ୍ଦର, ବସ ଷ୍ଟାଣ୍ଡ ରେ ବି ଟିକେଟ ମିଳିବ। ସାମ୍ବାଦିକ ସମ୍ମିଳନୀ ରେ ଅର୍ଜୁନ କପୁର ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

 Also Read-  ଫେବୃଆରୀ ୧୬ରେ ସେଲିବ୍ରିଟି କ୍ରିକେଟ ଲିଗ୍ : ଖେଳିବେ ଷ୍ଟାର, ସୁପରଷ୍ଟାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.