୩ୟ ଓ୍ବାନଡେରେ କୋହଲି କଲେ ‘ବିରାଟ’ ରେକର୍ଡ; ପୂରା କଲେ ୧୬ ହଜାର ରନ୍‌, କେବଳ ୩ ପ୍ଲେୟରଙ୍କ ଠାରୁ ରହିଛନ୍ତି ପଛରେ

Published By : Prameya-News7 Bureau | February 12, 2025 IST

ନୂଆଦିଲ୍ଲୀ ୧୨।୦୨:  ବିରାଟ କୋହଲି ଖରାପ ଫର୍ମ ସତ୍ତ୍ବେ କଲେ ବଡ କୀର୍ତ୍ତିମାନ । ଏପରି କରି ଏସିଆର ସବୁଠାରୁ ଅଧିକ ରନ୍‌ କରିଥିବା ପ୍ଲେୟର ଲିଷ୍ଟରେ ହେଲେ ସାମିଲ ।  ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଏହି ରେକର୍ଡ କରିଛନ୍ତି କୋହଲି । ଏସିଆ ମଇଦାନରେ ବିରାଟ ପୂରା କରିଛନ୍ତି ୧୬ ହଜାର ରନ୍‌ । ଏହି ଲିଷ୍ଟର ସବୁଠାରୁ ଆଗରେ ରହିଛନ୍ତି ସଚିନ ତେନ୍ଦୁଲକର । ସେ ୨୧ ହଜାରରୁ ଅଧିକ ରନ୍‌ କରିଛନ୍ତି । 

ବିରାଟ କୋହଲି ଏସୀୟ ମଇଦାନରେ ୩୪୦ ଇନିଂସରେ ୧୬ହଜାର ରନର ସ୍କୋର କରିଛନ୍ତି । ଏସୀୟ ମଇଦାନରେ ସର୍ବାଧିକ ରନ୍ ସ୍କୋରର ହେଉଛନ୍ତି ସଚିନ ତେନ୍ଦୁଲକର, ଯିଏ ୨୧,୭୪୧ ରନ୍ କରିଥିଲେ । ଦ୍ୱିତୀୟ ସ୍ଥାନରେ ଶ୍ରୀଲଙ୍କାର ଅଭିଜ୍ଞ ଖେଳାଳି କୁମାର ସାଙ୍ଗାକାରା ରହିଛନ୍ତି । ଯିଏ ଏସୀୟ ପିଚ୍‌ରେ ୧୮,୪୨୩ ରନ୍ କରିଥିଲେ ଏବଂ ତାଙ୍କ ଦେଶର ମାହେଲା ଜୟବର୍ଦ୍ଧନେ ୧୭,୩୮୬ ରନ୍ କରିଥିଲେ । ଏସୀୟ ପିଚ୍‌ରେ ୧୬ ହଜାର ରନ୍ ପୂରଣ କରିଥିବା ବିରାଟ କୋହଲି ଏବେ ଏହି ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ସନତ ଜୟସୁରିଆ ଏବଂ ରାହୁଲ ଦ୍ରାବିଡ ମଧ୍ୟ ଏସୀୟ ଭୂମିରେ ୧୩ ହଜାରରୁ ଅଧିକ ରନ କରିସାରିଛନ୍ତି ।

ଇଂଲଣ୍ଡ ବିପକ୍ଷ ତୃତୀୟ ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ୧୩,୯୧୧ ରନ୍ କରିଥିଲେ। ତାଙ୍କୁ ODI କ୍ରିକେଟ ଇତିହାସରେ ୧୪ ହଜାର ରନ ପୂରଣ କରିବା ପାଇଁ ୮୯ ରନ ଆବଶ୍ୟକ ଥିଲା । କିନ୍ତୁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ୫୨ ରନ କରି ଆଉଟ ହୋଇଥିଲେ । ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ଆହୁରି ୩୭ ରନ ଆବଶ୍ୟକ ରହିଥିଲା । ବିରାଟ ଏପର୍ଯ୍ୟନ୍ତ ODI କ୍ରିକେଟ ଇତିହାସରେ ୫୦ଟି ଶତକ ଏବଂ ୭୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.