ନୂଆଦିଲ୍ଲୀ: ପାକିସ୍ତାନର ବଲୋନରେ ଟ୍ରେନ୍ ହାଇଜ୍ୟାକ୍ ଭିତରେ ବଲୁଚିସ୍ତାନ ଲିବରେସନ୍ ଆର୍ମି ନୂଆ ବୟାନ ଜାରି କରିଛି । ବଲୁଚ୍ ଆର୍ମି କହିଛି ଯେ ପାକିସ୍ତାନ ସରକାର ବନ୍ଦୀ ଥିବା ନିଜ ସୈନିକଙ୍କ ପ୍ରତି ଅଧିକ ଗୁରୁତ୍ୱ ଦେଖାଉନାହିଁ । ଏହାର ପରିମାଣ ଅଧିକ ଭୟଙ୍କର ହେବ । ବିଏଲ୍ଏ କହିଛି ଯେ ଏବେ ବି ତାର କବଜାରେ ୨୦୦ରୁ ଅଧିକ ପାକିସ୍ତାନୀ ସୈନିକ ଅଛନ୍ତି ।
ପ୍ରେସ୍ ରିଲିଜ୍ ଜାରି କରି ବଲୁଚିସ୍ତାନ ଲିବରେସନ ଆର୍ମି କହିଛି ଯେ ୨୪ ଘଣ୍ଟ ବିତିସାରିଛି, କିନ୍ତୁ ପାକିସ୍ତାନ ସରକାର ଆମ ଦାବିକୁ ଗୁରୁତ୍ୱର ସହ ବିଚାର କରୁନାହିଁ । ଓଲଟା ପାକିସ୍ତାନ ସରକାର ମିଛ ଖବର ପ୍ରଚାର କରିବାରେ ଲାଗିଛି । ଆମେ ଶେଷ ଥର ପାଇଁ ଚେତାବନୀ ଦେଉଛୁ । ଯଦି ଦାବି ପୂରଣ ନହୁଏ ତେବେ ପ୍ରତି ଘଣ୍ଟାରେ ୫ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରାଯିବ ।
ବଲୁଚ୍ ଆର୍ମି କହିଛନ୍ତି ଯେ ସବୁ ପାକିସ୍ତାନ ସୈନିକ ଆମ କବଜାରେ ଅଛନ୍ତି । ପାକିସ୍ତାନ ସେନା ସହ ଜଡ଼ିତ ପ୍ରାୟ ୨୦୦ ଲୋକଙ୍କୁ ଆମେ ଆମ ପାଖରେ ରଖିଛୁ । ସ୍ଥିତି ଆମ ନିୟନ୍ତ୍ରଣରେ ରହିଛି, କିନ୍ତୁ ପାକିସ୍ତାନ ସେନା ମିଛ କାହାଣୀ କହୁଛି । ବିଏଲ୍ଏ କହିଛି ଯେ ପାକିସ୍ତାନ ସରକାର ପୂରା ମାମଲାକୁ ଭିନ୍ନ ଦିଗ ଦେବାରେ ଲାଗିଛି । ବିଏଲ୍ଏ କହିଛି ଯେ ଆମ ସୈନିକଙ୍କୁ ପାକିସ୍ତାନ ସେନା ତୁରନ୍ତ ଛାଡ଼ିବା ପରେ ଆମେ ସେମାନଙ୍କ ସୈନିକଙ୍କୁ ଛାଡ଼ିବୁ । ଏହା ଆମ ଦୁହିଁଙ୍କ ମଧ୍ୟରେ ଯୁଦ୍ଧର ଏକ ବୁଝାମଣା ହେବ ।
ଅନ୍ୟପଟେ ପାକିସ୍ତାନରେ ଏହି ପ୍ରସଙ୍ଗରେ କୌଣସି ବଡ଼ ଆଲୋଚନା ହେଉନାହିଁ । ଅପରାହ୍ଣ ପରଠୁ ବିଏଲ୍ଏ ବିରୋଧରେ ଚାଲିଥିବା ଅପରେସନ୍ର ଉପରେ କୌଣସି ବଡ଼ ସୂଚନା ଦିଆଯାଇନାହିଁ । ୨୦୦ରୁ ଅଧିକ ତାବୁତ ବୋଲାନ ଅଣାଯାଇଛି ।