ଘର ସାମ୍ନାରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | May 28, 2024 IST

ଅନୁଗୋଳ ୨୮।୫: ଅନୁଗୋଳ ଜେରେଙ୍ଗ ଦେହୁରୀ ସାହିରେ ଅଭାବନୀୟ ଘଟଣା । ଜେରେଙ୍ଗର ପୂର୍ବତନ ସରପଞ୍ଚ ଦେହୁରିସାହିର ବିଭୁତି ଗଡ଼ନାୟକଙ୍କ ମୃତଦେହ ଘର ସାମ୍ନାରୁ ଉଦ୍ଧାର ହୋଇଛି । ତଦନ୍ତ ଆରମ୍ଭ କଲା ପୋଲିସ । 

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ଘରର ଛାତ ଉପରେ ଶୋଇଥିଲେ । ମଙ୍ଗଳବାର ତାଙ୍କର ମୃତଦେହ ଘର ସାମ୍ନାରୁ ଉଦ୍ଧାର କରିଛନ୍ତି ଘର ଲୋକ । ତେଣୁ ଘର ଲୋକ ଏହାକୁ ରାଜନୈତିକ ହତ୍ୟାକାଣ୍ଡ କହୁଛନ୍ତି । କାରଣ କିଛି ଦିନ ପୂର୍ବରୁ ୩ୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇ ସରିଛି । ସେ ବିଜେଡି ସମର୍ଥକ ସରପଞ୍ଚ ଥିଲେ । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ସନ୍ଦେହ ଘେରରେ । କିଛି ଦିନ ପୂର୍ବରୁ ତାଙ୍କର ଗାଁର କିଛି ଲୋକଙ୍କ ସହ ବଚସା ହୋଇଥିଲା । ଜରପଡା ଥାନାରେ କମ୍ପ୍ରମାଇଜ ହୋଇଥିଲା । ଆଜି ଏଭଳି ଘଟଣା ଘଟିଲା ତେଣୁ ସନ୍ଦେହକୁ ଆହୁରି ଦୃଢୀଭୂତ କରିଛି । ତେବେ ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read :

ଘର ଛାତରେ ଶୋଇଥିଲେ, ସକାଳୁ ମିଳିଲା ମୃତଦେହ : ହତ୍ୟା ସନ୍ଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.