ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନରେ ବୋମା ବିସ୍ଫୋରଣ, ଜାଣନ୍ତୁ ଘଟଣାସ୍ଥଳରୁ ଷ୍ଟାଡିୟମ ଦୂରତା କେତେ ?

Published By : Prameya-News7 Bureau | November 09, 2024 IST

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନରେ ହେବାକୁ ଯାଉଛି। ମାତ୍ର ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ। ତେବେ ଏହା ମଧ୍ୟରେ ପାକିସ୍ତାନର କ୍ଵେଟାରେ ଭୟଙ୍କର ବୋମା ବିସ୍ଫୋରଣ ଘଟିଛି। ଏଥିରେ ଅନ୍ୟୁନ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆଉ ଭାରତ ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନ ଗସ୍ତ କରିବାକୁ ମନା କରି ଦେଇଛି।

ପାକିସ୍ତାନର କ୍ଵେଟା ରେଲଓ୍ଵେ ଷ୍ଟେସନରେ ଗୋଟିଏ ବୋମା ବିସ୍ଫୋରଣ ଘଟିଥିଲା। ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ, ବିସ୍ଫୋରଣରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ କାରଣରୁ ଷ୍ଟେସନର ଅଧିକାଂଶ ଭାଗ ପ୍ରଭାବିତ ହୋଇଛି। ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା। ଯାତ୍ରୀମାନେ ଜଫର ଏକ୍ସପ୍ରେସ ଟ୍ରେନର ଅପେକ୍ଷା କରିଥିବା ବେଳେ ଏହି ବିସ୍ପୋରଣ ଘଟିଛି।

ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଠିକ୍ ପୂର୍ବରୁ ଲାହୋରର ଗଦ୍ଦାଫି ଷ୍ଟାଡିୟମକୁ ନୂତନ ଭାବେ ପ୍ରସ୍ତୁତ କରାଇଛି। ଏଥିପାଇଁ ଆଇସିସି ଫଣ୍ଡ ମଧ୍ୟ ଜାରି କରିଛି। ଲାହୋରରେ ଚାମ୍ପିଅନ୍ସ ଟ୍ରଫିର ମ୍ୟାଚ୍ ଏହି ଷ୍ଟାଡିୟମରେ ଖେଳାଯିବ। କ୍ଵେଟା ଓ ଲାହୋର ମଧ୍ୟରେ ଦୂରତା ପ୍ରାୟ ୯୭୩ କିଲୋମିଟର ରହିଛି।  ତେଣୁ ଆୟୋଜନରେ ଏହାର ଅଧିକ ପ୍ରଭାବ ପଡ଼ିବ ନାହିଁ। 

ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯାତ୍ରା କରିବ ନାହିଁ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶନିବାର ଆଇସିସିକୁ ଅବଗତ କରାଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ବିସିସିଆଇକୁ ବହୁତ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ରହିଛି। ଫଳରେ ଟୁର୍ଣ୍ଣାମେଣ୍ଟ ଏବେ ହାଇବ୍ରିଡ ମୋଡେଲ୍ ଆଧାରରେ ଖେଳା ଯାଇପାରେ। ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ନିଜର ସମସ୍ତ ମୁକାବିଲା ୟୁଏଇରେ ଖେଳିପାରେ। ଏପରିକି ସର୍ଟଲିଷ୍ଟରେ ଶ୍ରୀଲଙ୍କାର ନାଁ ମଧ୍ୟ ରହିଛି। କିନ୍ତୁ ପାକିସ୍ତାନଠୁ ନିକଟରେ ଥିବା କାରଣରୁ ୟୁଏଇ ଦୌଡ଼ରେ ଆଗରେ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.