ଅଭାବନୀୟ ଘଟଣା, ନିଆଁରେ ପୋଡି ହୋଇ ଚାଲିଗଲା ଭାଇଭଉଣୀଙ୍କ ଜୀବନ

Published By : Prameya-News7 Bureau | August 15, 2024 IST

ପଟ୍ଟାମୁଣ୍ଡାଇ ୧୫।୦୮: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଳରାମପୁର ଗାଁରେ ଅଭାବନୀୟ ଘଟଣା । ଘରେ ନିଆଁ ଲାଗି ଚାଲିଗଲା ଭାଇଭଉଣୀଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୧୧ ବର୍ଷୀୟା ଭଉଣୀ ହୋଇଥିବା ବେଳେ ୭ ବର୍ଷୀୟ ଭାଇ ରହିଛନ୍ତି । 

ଖବର ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଳରାମପୁର ଗାଁର ଏକ ଘରେ ଲାଗିଯାଇଥିଲା ନିଆଁ । ତେବେ କେଉଁ କାରଣରୁ ନିଆଁ ଲାଗିଛି । ତାହା ଅସ୍ପଷ୍ଟ ରହିଥିବା ବେଳେ ନିଆଁରେ ପୋଡି ହୋଇ ଭାଇଭଉଣୀଙ୍କ ଜୀବନ ଚାଲିଯାଇଛି । କେଉଁ କାରଣରୁ ନିଆଁ ଲାଗିଛି । ତାହାର ଖୋଳତାଡ ଚାଲିଛି । ସେପଟେ ମୃତକଙ୍କ ପରିବାରରେ ଖେଳାଯାଇଛି ଶୋକର ଛାୟା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.