ସ୍ତ୍ରୀକୁ ନେଇ ଫେରାର୍ ମାରିଥିଲା ଭିଣୋଇ, ଗଞ୍ଜାମରୁ ଆସି ଭଦ୍ରକରେ ଧରିଲେ ସ୍ୱାମୀ

Published By : Prameya-News7 Bureau | July 27, 2024 IST

ଭଦ୍ରକ ୨୭/୦୭: ମହଙ୍ଗା ପଡ଼ିଲା ସ୍ତ୍ରୀର ପରକୀୟ ପ୍ରିତୀ । ଗଞ୍ଜାମରୁ ଫେରାର ମାରିଥିବା ପ୍ରେମୀଯୁଗଳଙ୍କୁ ଭଦ୍ରକରେ ଧରିଛନ୍ତି ସ୍ୱାମୀ । ଏମିତି ଘଟଣା ଗଟିଛି ଭଦ୍ରକ ବନ୍ତ ଛକରେ । 

ସୂଚନାଥାଉକି, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନ କାଦୁଆ ପଂଚାୟତ କରଣା ଗଡି ଗ୍ରାମର କାଳିଆ ନାୟକ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ୨୦୧୯ ମସିହାରୁ ବିବାହ କରିଥିଲେ । ବିବାହ ପରେ କାଳିଆଙ୍କ ପରିବାର ବେଶ ହସଖୁସିରେ ଚାଲିଥିବା ବେଳେ କାଳିଆଙ୍କର ଗୋଟେ ପୁତ୍ର ସନ୍ତାନ ମଧ୍ୟ ଅଛି । କିନ୍ତୁ ଗତ ୧୯ ତାରିଖରୁ କାଳିଆଙ୍କ ସ୍ତ୍ରୀ କୁଆଡେ ଚାଲିଯାଇଥିବା ଜାଣି ଖୋଜା ଖୋଜି ପରେ ଜାଣିପାରିଲେ କି କାଳିଆଙ୍କ ଭିଣୋଇ ତାଙ୍କ ସ୍ତ୍ରୀ ଙ୍କୁ ନେଇ ପଳାଇଯାଇଛି । 

ତେବେ କାଳିଆ ଅନେକ ଖୋଜା ଖୋଜି ପରେ ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକରେ ପହଞ୍ଚିଥିଲେ । ସ୍ତ୍ରୀର ଖବର ନେବା ପାଇଁ ଆସି ଭଦ୍ରକ ଟାଉନ ଥାନା ଅଧିନରେ ଏକ ବସ୍‌ରୁ ତାଙ୍କ ସ୍ତ୍ରୀ ଓ ତାଙ୍କ ଭିଣୋଇ ଓହ୍ଲାଉଥିବାର ଦେଖି କାଳିଆ ଉଭୟଙ୍କୁ କାବୁ କରିଥିଲେ । ପରେ ଉଭୟଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ । କିଛି ସମୟ ପାଇଁ ବନ୍ତ ଛକ ବସ ଷ୍ଟାଣ୍ଡ ଜନ ଗହଳି ପାଲଟିଯାଇଥିଲା ଦୁଇ ପ୍ରେମୀ ଯୁଗଳଙ୍କ ନାଟକ ଦେଖିବା ପାଇଁ 

ମହିଳାଙ୍କ ସ୍ୱାମୀ କାଳିଆ କହନ୍ତି ସେ ଗାଡି ଡ୍ରାଇଭର ଭାବେ କାମ କରୁଥିବା ବେଳେ ଘରେ ବହୁତ କମ ସମୟ ରୁହନ୍ତି ।  ଆଉ ଏହାର ସୁଯୋଗ ନେଇ କାଳିଆଙ୍କ ବଡ ଭିଣୋଇ ଯାହାଙ୍କର ଦୁଇ ଟି ପିଲା ଥିବା ସତ୍ୱେ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ଗତ ୧୯ ତାରିଖରୁ ଘରୁ ନେଇଆସିଛନ୍ତି । 

କାଳିଆଙ୍କ ସ୍ତ୍ରୀ ଓ ଭିଣୋଇ ଉଭୟ ପ୍ରଥମେ ଭୁବନେଶ୍ୱର ବସ ଷ୍ଟାଣ୍ଡ ଓ ପରେ ମାର୍କୋଣା ଏବଂ ଆଜି ଭଦ୍ରକରେ ରହି ପୁଣି ଏକ ବସ ରୁ ଓଲ୍ହାଉଥିବାର ଦେଖି କାଳିଆ ଉଭୟ ପ୍ରେମୀ ଯୁଗଳଙ୍କୁ କାବୁ କରିଛନ୍ତି । ମହିଳାଙ୍କ ବାପା ଓ ଭାଇଙ୍କୁ ଖବର ଦେବା ସହ ପୂର୍ବରୁ ନିଜ ଅଂଚଳର ସ୍ତ୍ରୀର ଅପହରଣକୁ ନେଇ ଥାନାରେ ଅଭିଯୋଗ କରିଥିବା ବେଳେ ସନ୍ଧ୍ୟାରେ ବନ୍ତ ଛକରେ ପୋଲିସ ପହଂଚି ଦୁଇ ପ୍ରେମୀ ଯୁଗଳଙ୍କ ସହ ସ୍ୱାମୀ କାଳିଆ ଙ୍କୁ ଥାନାକୁ ନେଇ ପଚରା ଉଚରା ଜାରିରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.