ଧରାପଡ଼ିଲା ଆନ୍ତଃରାଜ୍ୟ ବ୍ରାଉନସୁଗାର ମାଫିଆ, ଜବତ ହେଲା ୩୪୫ ଗ୍ରାମର ଧଳା ଜହର

Published By : Prameya-News7 Bureau | February 03, 2025 IST

ଜଳେଶ୍ବର: ୩୪୫ ଗ୍ରାମ ବ୍ରାଉନସୁଗାର ଜବତ ସହ ଆନ୍ତଃରାଜ୍ୟ ବ୍ରାଉନସୁଗାର ମାଫିଆକୁ ଗିରଫ କରିଛି ଜଳେଶ୍ବର ଥାନା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୪ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି।ଗିରଫ ମାଫିଆର ନାଁ ଟାକୁଲୁ ରାଜଜା ଓରଫ ସମିରୁଦ୍ଦିନ।

ସୂଚନା ଅନୁଯାୟୀ, ସମିରୁଦ୍ଦିନ ଜଳେଶ୍ୱର ଥାନା ଝାଡ଼େଶ୍ବରପୁର ଅଞ୍ଚଳରେ ଦୀର୍ଘ ଦିନରୁ ରହିଆସୁଥିଲା। ଏଠାରୁ ହିଁ ସେ ଚଳାଉଥିଲା ଆନ୍ତଃରାଜ୍ୟ ବ୍ରାଉନସୁଗାର କାରବାର।ତେବେ ଗତ ରବିବାର ଅପରାହ୍ନରେ ପୋଲିସ ସମିରୁଦ୍ଦିନକୁ ଧରିବାରେ ସଫଳ ହୋଇଛି। ସମିରୁଦ୍ଦିନ ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ନେଇ ଜଳେଶ୍ୱର ଆସୁଥିବାବେଳେ ଅଗ୍ରୱାଲାଠାରେ ଚଢ଼ାଉ କରି ଗିରଫ କରିଥିଲା ପୋଲିସ। 

ଏହି ସମୟରେ ତା’ ନିକଟରୁ ୩୪୫ଗ୍ରାମ ବ୍ରାଉନ ସୁଗାର ସହ ନଗଦ ୩୮୦୦ ଟଙ୍କା, ଗୋଟିଏ ମୋବାଇଲ ଫୋନ୍‌ ଓ ଏକ ରୟାଲ ଏନଫିଲ୍ଡ୍‌ ବାଇକ ଜବତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି ରାଜ ପ୍ରସାଦ।

ଟାକୁଲୁ ରାଜା ବିରୋଧରେ ପୂର୍ବରୁ STF ରେ ୨ଟି, ଜଳେଶ୍ୱର  ଥାନାରେ ୨ଟି,, ଭଦ୍ରକ ଥାନାରେ ଗୋଟିଏ, ସିଂଲା ଥାନାରେ ଗୋଟିଏ, ବିଂଝାରପୁର ଥାନାରେ ଗୋଟିଏ ମାମଲା ରହିଛି। ତେବେ ପୋଲିସ ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.