ତେଲ ଟ୍ୟାଙ୍କରକୁ ପିଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ

Published By : Prameya-News7 Bureau | August 08, 2024 IST

ମାର୍ଶାଘାଇ ୦୮।୦୮ : କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ୫୩ ନମ୍ବର ଜାତୀୟ ରାଜପଥ ହଜାରୀ ଛକ ନିକଟରେ ଦୁର୍ଘଟଣା । ଯାତ୍ରୀବାହୀ ନୀଳମାଧବ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୧୦ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୭ଟା ୩୦ ସମୟରେ ନୀଳମାଧବ ନାମକ ଏକ ଯାତ୍ରୀବାହୀ ବସ୍‌ଟି ପାରାଦୀପରୁ ଚଣ୍ଡିଖୋଲ ଯାଉଥିଲା । ହଜାରୀ ଛକ ନିକଟରେ ଏକ ଟ୍ୟାଙ୍କରକୁ ଧକ୍କା ଦେଇଥିଲା ବସ୍‌ । ଯାହାଫଳରେ ଗାଡିରେ ଥିବା ଅନେକ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାକି କିଛି ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.