ନଦୀକୁ ଡେଇଁଲେ ଅବସରପ୍ରାପ୍ତ ଶିକ୍ଷକ, ପାରିବାରିକ କଳହରୁ ଏଭଳି କରିଥିବା ସୂଚନା

Published By : Prameya-News7 Bureau | September 08, 2024 IST

ମାର୍ଶାଘାଇ ୮।୯: ନଦୀକୁ ଡେଇଁଲେ ଅବସରପ୍ରାପ୍ତ ଶିକ୍ଷକ । କେନ୍ଦ୍ରାପଡା ଲୁଣା ନଦୀ ପୋଲ ଉପରୁ ନଦୀକୁ ଡେଇଁଛନ୍ତି । ପାରିବାରିକ କଳହ ଯୋଗୁଁ ଏଭଳି କରିଥିବା ସୂଚନା ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଲୁଣା ନଦୀ ପୋଲ ଉପରୁ ନଦୀକୁ ଡେଇଁଲେ ଜଣେ ଅବସରପ୍ରାପ୍ତ ଶିକ୍ଷକ । ଶିକ୍ଷକ ଜଣଙ୍କ ଘର ମାର୍ଶାଘାଇ ଥାନା କୁଆଁରପାଳ ଗାଁରେ ବୋଲି ଜଣାପଡିଛି । ରବିବାର ସକାଳ ପ୍ରାୟ ୯ଟା ସମୟରେ ସେ ପୋଲ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡିଥିଲେ । ନିକଟରେ କାମ କରୁଥିବା ଶ୍ରମିକ ମାନେ ତାଙ୍କୁ ନଦୀରୁ ଉଦ୍ଧାର କରି ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ପାରିବାରିକ କଳହ ଯୋଗୁଁ ଶିକ୍ଷକ ଜଣଙ୍କ ନଦୀକୁ ଡେଇଁ ପଡିଥିବା ସୂଚନା ମିଳିଛି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

You Can Read:

ବଡ଼ଚଣା ମେଡିକାଲ ଆଗରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତିବାଦ, ଦୁର୍ଘଟଣାରେ କର୍ମଚାରୀଙ୍କ ମୃତ୍ୟୁ ପରେ ତାତିଲା ସଂଘ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.