ଲୁଣା ନଦୀକୁ ଡେଇଁଲେ ଯୁବକ, ବ୍ରିଜ୍‌ରୁ ମିଳିଲା ସାଇକେଲ ଓ ଚପଲ

Published By : Prameya-News7 Bureau | September 15, 2024 IST

କେନ୍ଦ୍ରାପଡା ୧୫।୯: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର ପୋଲ ଉପରୁ ଲୁଣା ନଦୀକୁ ଡେଇଁ ପଡିଲେ ଜଣେ ଯୁବକ l ଯୁବକ ଜଣଙ୍କ କୁଦାନଗରୀ ଥାନା ଅନ୍ତର୍ଗତ ଅମୃତମଣୋହୀପାଟଣା ଗାଁର ଚିନ୍ମୟ ନାୟକ ବୋଲି ଜଣାପଡିଛି l ଯୁବକ ଜଣଙ୍କ ପାରିବାରିକ କଳହରୁ ଆତ୍ମହତ୍ୟା ନିଷ୍ପତ୍ତି ନେଇ ନଦୀକୁ ଡେଇଁ ପଡିଥିବା ଜଣାପଡିଛି l ଘଟଣାସ୍ଥଳରୁ ଯୁବକଙ୍କ ସାଇକେଲ ଓ ଚପଲ ମିଳିଛି l ନଦୀକୁ ଡେଇଁବା ପରେ ଯୁବକ ଜଣଙ୍କ ନିଖୋଜ ଅଛନ୍ତି l ଘଟଣାସ୍ଥଳରେ ସଦର ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି l

You Can Read:

ମାଓ ଭୟରେ ଦୀର୍ଘବର୍ଷ ଧରି ବନ୍ଦ ଥିଲା ବିଦ୍ୟାଳୟ, ଖୋଲିବାରୁ ଶିକ୍ଷା ଅଧିକାରୀଙ୍କୁ ମାରିଦେଲେ ମାଓବାଦୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.