ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା, ଏକାଧିକ ଯାତ୍ରୀ ଆହତ

Published By : Prameya-News7 Bureau | October 02, 2024 IST

ନାରାୟଣାପାଟଣା ୦୨।୧୦ : କୋରାପୁଟ ଜିଲ୍ଲା ତୋୟାପୁଟ ନିକଟରେ ଦୁର୍ଘଟଣା । ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କାରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଏକାଧିକ ଯାତ୍ରୀଙ୍କୁ ନେଇ ବସ୍‌ ନିକଟ ଯାତ୍ରାରେ ବାହାରିଥିଲା । ହେଲେ କୋରାପୁଟ ଜିଲ୍ଲା ତୋୟାପୁଟ ନିକଟରେ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ଏପରିକି ଗାଡି ଭିତରେ ଡ୍ରାଇଭର ଜଣଙ୍କ ଫସିରହିଛନ୍ତି । ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ସେପଟେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଲକ୍ଷ୍ମୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.