ରାଉଲକେଲା: ଆସନ୍ତା ଜାନୁଆରୀ ୨୨ ତାରିଖ। ଅଯୋଧ୍ୟାରେ ପ୍ରତିଷ୍ଠା ରାମଲାଲାଙ୍କ ପ୍ରଥମ ଜନ୍ମ ତିଥି। ଆଉ ପ୍ରଥମ ଜନ୍ମ ତିଥିରେ ରାମଲାଲାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ଼ ଲଡ଼ୁ । ୩୫ ହଜାର କିଲୋରେ ପ୍ରସ୍ତୁତ ଏହି ଲଡ଼ୁ ବିଶ୍ୱର ସବୁଠାରୁ ବଡ଼ ବୋଲି କୁହାଯାଉଛି। ରାଉରକେଲା ମଡର୍ଣ୍ଣ ଇଂଜିନିୟର ପରିସରରେ ସରିଛି ଷ୍ଟିଲରେ ପ୍ରସ୍ତୁତ ବେଶ ସରିଛି ରଙ୍ଗ କାମ ଲେଖାଯାଇଛି ଜୟଶ୍ରୀରାମ।
ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ ଫର ଏଭରର ପ୍ରତିଷ୍ଠାତା ତଥା ଯୁବ ସ୍ୱେଛାସେବୀ ସନ୍ତୋଷ ବିଶ୍ୱାଳଙ୍କ ନେତୃତ୍ୱରେ ଏବେ ପ୍ରସ୍ତୁତ ଚାଲିଛି ବିଶ୍ୱର ସବୁଠାରୁ ବଡ଼ ଲଡ଼ୁ । ପୁର୍ବରୁ ୧୭ କିଲୋମିଟରର ତ୍ରିରଙ୍ଗା ପ୍ରସ୍ତୁତ ଗତ ଜାନୁଆରୀ ୨୨ ତାରିଖରେ ରାମଲାଲାଙ୍କ ପ୍ରତିଷ୍ଠା ଦିବସରେ ବିଶ୍ୱର ସବୁଠାରୁ ବଡ଼ ଦୀପ ପ୍ରସ୍ତୁତ କରି କରିଥିଲେ ଗ୍ରୀନିଜ୍ ବୁକ୍ ଅଫ୍ ରେକର୍ଡ।