ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡକୁ ଓଲଟିଲା ବସ୍ ; ବର୍ତ୍ତିଲେ ଯାତ୍ରୀ, ଡ୍ରାଇଭର ଆହତ

Published By : Prameya-News7 Bureau | July 25, 2024 IST

ଆଠଗଡ ୨୫ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡକୁ ଓଲଟିଲା ଏକ ଘରୋଇ ଯାତ୍ରୀବାହୀ ବସ୍ । କଟକ ଜିଲ୍ଲା ୬୫ ନମ୍ବର ରାଜ୍ୟ ରାଜପଥ ଖୁଣ୍ଟୁଣୀ-ନରସିଂହପୁର ମୁଖ୍ୟ ରାସ୍ତା  ଆଠଗଡ଼ ଥାନା ଦୋରଡ ଛକ ଠାରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, କଟକରୁ ବଡ଼ମ୍ବା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ବେଳେ ୬୫ ନମ୍ବର ରାଜ୍ୟ ରାଜପଥର ଦୋରୋଡ ଛକ ଠାରେ ହଠାତ ବସ୍ ସାମ୍ନାକୁ ଏକ ସାଇକେଲ ଆସିଯାଇଥିଲା । ବସ୍ ଡ୍ରାଇଭର ସାଇକେଲ ଆରୋହୀଙ୍କୁ ବଞ୍ଚାଇବା ପାଇଁ ରାସ୍ତା କଡକୁ କାଟିବା ସମୟରେ ରାସ୍ତା କଡକୁ ଓଲଟି ପଡ଼ିଥିଲା । ଏଥିରେ ଥିବା ୩୫ଜଣ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

You Can Read:

ବର୍ଷାରେ ବେହାଲ ସାହୁପଡା-ଖଜାପଦର ରାସ୍ତା, ମରାମତି ପାଇଁ ଗ୍ରାମବାସୀଙ୍କ ଦାବି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.