ବୌଦ୍ଧ ୨୫।୭: ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅଁଳାପାଲି ଗ୍ରାମ ପଞ୍ଚାୟତର ସାହୁପଡା ଠାରୁ ଖଜାପଦର ଗ୍ରାମକୁ ଯାଇଥିବା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ସାମାନ୍ୟ ବର୍ଷାରେ ଗାଁ ରାସ୍ତା ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି । ଉକ୍ତ ରାସ୍ତା ଦେଇ ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରତ୍ୟେକ ଦିନ ନିଜ ଗାଁକୁ ଯାତାୟତ କରନ୍ତି ମାତ୍ର ଉକ୍ତ ରାସ୍ତାର ଦୂରାବସ୍ଥା କାହା ଦୃଷ୍ଟିରେ ପଡ଼ୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଅସରାଏ ବର୍ଷା ହେଲେ ଖାଲଖମାରେ ପରିଣତ ହୋଇଥିବାରୁ ଉକ୍ତ ରାସ୍ତାରେ ବର୍ଷାଜଳ ଜମି ଯାତାୟାତରେ ଅସୁବିଧା ସୃଷ୍ଟି କରୁଛି । ଏହାସହିତ କାଦୁଅ ପଚପଚ ରାସ୍ତାରେ ଯାନବାହାନ ତ ଦୂରର କଥା ପାଦରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇ ପଡିଛି l ବ୍ଲକ୍ ଓ ପଞ୍ଚାୟତ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟବାସିନ୍ଦା ଦାବି କରିଛନ୍ତି ।
You Can Read: