ଶ୍ରୀଧର ହତ୍ୟା ଘଟଣାର ପର୍ଦ୍ଦାଫାଶ, ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ କରିଥିଲେ

Published By : Prameya-News7 Bureau | January 23, 2025 IST

ବୌଦ୍ଧ ୨୩/୧: ବୌଦ୍ଧ ଆଦର୍ଶ ଥାନା ବଘିଆପଡା ଫାଣ୍ଡି ନୂଆପାଲି ଗାଁର ଶ୍ରୀଧର ବେହେରା ହତ୍ୟା ଘଟଣା । ୬ ହତ୍ୟାକାରୀଙ୍କୁ ବାନ୍ଧିଲା ପୋଲିସ । ଗିରଫ ୬ ଅଭିଯୁକ୍ତ ଭୁକ୍ତାପଡା ଗାଁର ବିଶ୍ବାମିତ୍ର ବାଦି, ନୂଆପାଲି ଗାଁର ସୁବାସ ଦୀପ, ବିଭୀଷଣ ଦୀପ, ସୁରେଶ ଦୀପ,ଲକ୍ଷ୍ମଣ ଦୀପ ଓ ହର୍ଷ ଦୀପ । 

ଗତ ୨୦ ତାରିଖ । ସମୟ ରାତି  ପ୍ରାୟ ୧୨ଟା । ପୂର୍ବ ଶତ୍ରୁତାକୁ ନେଇ ଶ୍ରୀଧରଙ୍କୁ ଘର ସାମ୍ନାରେ ମରଣାନ୍ତକ ଆକ୍ରମଣ କରିଥିଲେ ଗାଁର ଆଉ ଏକ ପରିବାର । ଟାଙ୍ଗିଆ ଓ ଅନ୍ୟ ମାରଣାସ୍ତ୍ରରେ ଚୋଟ ପରେ ଚୋଟ ପକାଇ ଚାଲିଥିଲେ । ଘଟଣାସ୍ଥଳରେ ହିଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶ୍ରୀଧର ଆଖି ବୁଜିଥିଲେ । 

ଶ୍ରୀଧରଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆଦର୍ଶ ଥାନା ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ହତ୍ୟାକାଣ୍ଡରେ ଆଉ ୨ ଜଣଙ୍କ ସଂପୃକ୍ତି ଥିବା ୪ ଅଭିଯୁକ୍ତଙ୍କ ଠାରୁ ଜାଣିବାକୁ ପାଇଥିଲା ପୋଲିସ । ପଚାଉଚରା ଓ ଛାନ୍‌ଭିନ୍‌ ପରେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୂର୍ବ ଶତ୍ରୁତାକୁ ନେଇ ଶ୍ରୀଧରଙ୍କୁ ବୀଭତ୍ସ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ପୋଲିସ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.