ଭୁବନେଶ୍ବର ୨୫।୭: ଓଡିଶା ବିଧାନସଭାରେ ଉଠିଲା ଲକ୍ଷ୍ମୀ ବସ୍ ପ୍ରସଙ୍ଗ । ଲକ୍ଷ୍ମୀ ବସ୍ ପ୍ରସଙ୍ଗ ଉଠାଇ ବିଧାନସଭାରେ ପ୍ରଶ୍ନ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଲକ୍ଷ୍ମୀ ବସ୍ର ରଙ୍ଗ ଓ ନାମ ପରିବର୍ତ୍ତନ କରିବାର କାରଣ କ’ଣ ? ଏହାଦ୍ୱାରା ସରକାର କି ପ୍ରକାର ଲାଭ ପାଉଛନ୍ତି ବୋଲି ବିଜେଡି ବିଧାୟକ ପ୍ରଶ୍ନ କରିଥିଲେ ।
ରଣେନ୍ଦ୍ରଙ୍କ ପ୍ରଶ୍ନର ଉତ୍ତର ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ, ପ୍ରଥମେ ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିଲା । ପରେ ଏହା ଅନ୍ୟ ଜିଲ୍ଲାରେ ଆରମ୍ଭ ହୋଇଥିଲା । ଲକ୍ଷ୍ମୀ ବସ୍ରେ କୌଣସି ରଙ୍ଗ ଲାଗିନଥିଲା କେବଳ ଷ୍ଟିକରିଂ କରାଯାଇଥିଲା । ଲକ୍ଷ୍ମୀ ବସ୍ରେ ଲାଗିଥିବା ଷ୍ଟିକର ରାଜନୈତିକ ଦଳର ଚିହ୍ନ ସହିତ ମେଳ ଖାଉଥିବାରୁ, ପରିବର୍ତ୍ତନ ହୋଇଛି । କିଛି ବସ୍ ଅସୁନ୍ଦର ଦେଖା ଯାଉଥିବାରୁ ସେଗୁଡିକ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ପରିବହନ ନିଗମର ପୁରୁଣା ରଙ୍ଗକୁ ଉପଯୋଗ କରା ଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ୩ ଶିଶୁ : ୨ ଶିଶୁଙ୍କ ମୃତ୍ୟୁ, ଜଣେ ଉଦ୍ଧାର