କଣ୍ଟାବାଞ୍ଜି ୧୫।୩: ହୋଲି ଖେଳ ହେଲା କାଳ । ବାଇକ୍-ପିକଅପ୍ ମୁହାମୁହିଁ ଧକ୍କା ହୋଇଛି । ଜଣଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ନିକଟରେ ଦୁର୍ଘଟଣା ହୋଇଛି ।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥ ବଙ୍ଗୋମୁଣ୍ଡା ନୂତନ ପେଟ୍ରୋଲ ପମ୍ପ ନିକଟ ବୁଲାଣି ଠାରେ ଦୁର୍ଘଟଣା ଘଟିଛି । ବାଇକ୍-ପିକଅପ୍ ମୁହାମୁହିଁ ଧକ୍କା ହୋଇଛି । ଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଦନ୍ଦରା ଗ୍ରାମର ବିଜୟ ରାଜା ଠେଲା ବୋଲି ସୂଚନା ମିଳିଛି । ମୃତକ ଜଣକ ବଙ୍ଗୋମୁଣ୍ଡାରେ ରଙ୍ଗ ଖେଳି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇ ପିକଅପ୍ ଡ୍ରାଇଭର ଫେରାର ମାରିଥିବା ସୂଚନା ମିଳିଛି ।
You Can Read:
ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁକୁ ନେଇ ତାତିଲେ ସ୍ଥାନୀୟ ଲୋକ, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ