ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ୩ ଶିଶୁ : ୨ ଶିଶୁଙ୍କ ମୃତ୍ୟୁ, ଜଣେ ଉଦ୍ଧାର

Published By : Prameya-News7 Bureau | July 25, 2024 IST

ଖଲ୍ଲିକୋଟ ୨୫ଖେଳ ହେଲା କାଳ । ଖେଳିବା ସମୟରେ ପୋଖରୀରେ ବୁଡ଼ି ଗଲେ ୩ ଶିଶୁ । ୩ ଶିଶୁଙ୍କ ମଧ୍ୟରୁ ୨ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଶିଶୁ ଗୁରୁତର ହୋଇଛନ୍ତି । ଗୁରୁତର ଶିଶୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଜାରି ରହିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମରେଇ ନୂଆଗାଁରେ । 

ସୂଚନାଯୋଗ୍ୟ ଯେ, ଗାଁର ରାଜେନ୍ଦ୍ର ସବର ଏବଂ ସଜନୀ ସବରଙ୍କ ୬ ବର୍ଷର ପୁଅ ଏବଂ ୩ ବର୍ଷର ଝିଅ ଗାଁର ଅନ୍ୟ ପିଲାଙ୍କ ସହ ପୋଖରୀ ନିକଟରେ ଖେଳୁଥିଲେ । ସେହି ସମୟରେ ଅସାବଧାନତା ବଶତଃ ୩ ଜଣ ଶିଶୁ ବୁଡ଼ି ଯାଇଥିଲେ । ରାଜେନ୍ଦ୍ର ଶବର ପୁଅ-ଝିଅଙ୍କୁ ପୋଖରୀରୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ମେଡିକାଲରେ ଭାଇ-ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସେପଟେ ଯଶୋଦା ସବରଙ୍କ ୨ ବର୍ଷର ଶିଶୁଙ୍କୁ ଗୁରୁତର ଭାବେ ଉଦ୍ଧାର ହୋଇଛନ୍ତି । ଦୁଇ ଛୁଆଙ୍କୁ ହରାଇ ମା’ ଭାଙ୍ଗି ପଡିଥିବା ବେଳେ ମରଇ ନୂଆଁଗାଁରେ ଶୋକର ଛାୟା ଖେଳିଯାଇଛି । ସେପଟେ ଖଲ୍ଲିକୋଟ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ୨ ଶିଶୁଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

You Can Read:

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ : ଯୋଗାଯୋଗ ବିଚ୍ଛିନ୍ନ, ଯାତାୟାତ ଠପ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.