ବୌଦ୍ଧ ୩୧।୧: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ସାପ୍ତାହିକ ବଜାରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଦୁର୍ବୃତ୍ତ ଫେରାର । ଆକ୍ରମଣର ଶିକାର ହୋଇଥିବା ଯୁବକ ଉକାବିର ଗ୍ରାମର ଦିଲ୍ଲୀପ କର୍ଣ୍ଣ । ଦିଲ୍ଲୀପଙ୍କୁ ଗୁରୁତର ଅବସ୍ଥାରେ ବାଉଁଶୁଣି ମେଡିକାଲରେ ଭର୍ତ୍ତି । ଘଟଣାସ୍ଥଳରେ ମନମୁଣ୍ଡା ପୋଲିସର ତଦନ୍ତ ଜାରି ।
ସୂଚନାଯୋଗ୍ୟ ଯେ, ଉକାବିର ଗ୍ରାମର ଦିଲ୍ଲୀପ କର୍ଣ୍ଣ କୌଣସି କାର୍ଯ୍ୟରେ ଶଗଡା ବଜାରକୁ ଯାଇଥିବା ବେଳେ ସେଠାରୁ କିଛି ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ମାରିଛନ୍ତି । ତେବେ ଦିଲ୍ଲୀପଙ୍କ ବେକରେ ଏବଂ ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଉଁଶୁଣି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ କେଉଁ କାରଣରୁ କେଉଁମାନେ ଏହିଭଳି ଆକ୍ରମଣ କରିଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ ।
You Can Read:
ଯୁବପୀଢ଼ିଙ୍କୁ ସେନାବାହିନୀରେ ସାମିଲ ପାଇଁ ପ୍ରୟାସ, ମାଗଣାରେ ଶିକ୍ଷା ଦେଉଛନ୍ତି ପୂର୍ବତନ ସେନା କର୍ମଚାରୀ