ବୌଦ୍ଧ ୨୮।୧: ମାଟି ତଳୁ ବାହାରୁଛି ରଙ୍ଗ ବେରଙ୍ଗର ପୁଳା ପୁଳା ମୂଲ୍ୟବାନ ପଥର । ମାଟିରୁ ମୂଲ୍ୟବାନ ରତ୍ନ ପଥର ବାହାରୁଥିବା ସୂଚନା ମିଳିଛି । ବଘିଆପଡ଼ା ଫାଣ୍ଡି ଖୁଣ୍ଟିଆପଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗ୍ରାମରେ ରାସ୍ତା ନିର୍ମାଣ ପାଇଁ ବ୍ୟବହୃତ ମାଟିରୁ ବାହାରୁଛି ରତ୍ନ ପଥର । ବିଭିନ୍ନ ପ୍ରକାର ମୂଲ୍ୟବାନ ପଥର ବାହାରୁଥିବା ସୂଚନା ମିଳିଛି । ମୂଲ୍ୟବାନ ପଥର ଖୋଜିବାରେ ଲାଗିଛନ୍ତି ଅଞ୍ଚଳବାସୀ । ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ମୂଲ୍ୟବାନ ପଥର ଖୋଜୁଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖୁଣ୍ଟିଆପଡ଼ା ଗ୍ରାମ ଠାରୁ ଯୋଗୀଭୋଗୋରା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସେହି ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ମାଟିରୁ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ମୂଲ୍ୟବାନ ପଥର ବାହାରୁଥିବା ନେଇ ନିୟୋଜିତ ଶ୍ରମିକ ମାନେ ଦେଖିବାକୁ ପାଇଥିଲେ । ତେବେ ସେହି ସ୍ଥାନରୁ ବିଭିନ୍ନ ପ୍ରକାର ପଥର ବାହାରୁଥିବା ନେଇ ସବୁଠି ଚର୍ଚ୍ଚା ହେବା ପରେ ଏହା ମୂଲ୍ୟବାନ ପଥର ଏବଂ ରତ୍ନ ପଥର ବୋଲି ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ବେଳେ ଏବେ ସମଗ୍ର ଅଞ୍ଚଳବାସୀ ଲାଗି ପଡିଛନ୍ତି ପଥର ଖୋଜିବାରେ । ସେପଟେ ଏହି ମୂଲ୍ୟବାନ ପଥର ଖୋଜିବାରେ ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଲାଗିପଡ଼ିଥିବା ଦେଖିବାକୁ ମିଳିଛି । ସ୍କୁଲ ଛାତ୍ରଛାତ୍ରୀ ମାନେ ହାତରେ କୋଦାଳ ଧରି ମାଟି ଖୋଲିବାରେ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି ।
ସେହିପରି ମହିଳା ମାନେ ମଧ୍ୟ କିଏ ହାତରେ ଖୋଜୁଛି ତ ଆଉ କିଏ କୋଦାଳ ଧରି ଖୋଜିବାରେ ଲାଗି ପଡ଼ିଛି । ବହୁ ଲୋକେ ବହୁ ପ୍ରକାର ପଥର ପାଇଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ନଥିବା ବେଳେ ଏହା କେଉଁ ପ୍ରକାରର ପଥର ଏବଂ ଏହା ମୂଲ୍ୟବାନ ପଥର ନା ରତ୍ନ ପଥର ସେ ନେଇ ସ୍ପଷ୍ଟ ଜଣା ପଡିନଥିବା ବେଳେ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଲାଗିପଡିଛନ୍ତି ପଥର ଖୋଜିବାରେ ।
You Can Read:
ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ କାଠ, ୩ଟି ଟ୍ରକ୍ରେ ଆସିଛି ୧୦୧ ଖଣ୍ଡ ଧଉରା ଓ ଅସନ କାଠ