ମହିଳାଙ୍କୁ ଗ୍ରୀଲରେ ବାନ୍ଧି ନିର୍ଯାତନା ଦେଇଥିଲେ, ୫ ଜଣଙ୍କୁ ଉଠାଇ ନେଲା ପୋଲିସ

Published By : Prameya-News7 Bureau | October 09, 2024 IST

ସାଲେପୁର ୯/୧୦: ସାଲେପୁରରେ କଙ୍ଗାରୁ କୋର୍ଟ ଘଟଣାରେ ଆକ୍ସନ । ୫ ଜଣଙ୍କୁ ଉଠାଇ ନେଇଛି ପୋଲିସ । ଅଟକଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା ଓ ୨ ପୁରୁଷ । ଘଟଣା ନଇଗୁଆଁ ଗାଁର ୱାର୍ଡ-୨ର । ଅଭିଯୋଗ ଅନୁସାରେ ମହିଳା ଜଣଙ୍କ ବାରମ୍ବାର ରାସ୍ତାରେ ମଳ ତ୍ୟାଗ କରୁଥିଲେ । ଯାହାକୁ ଗାଁ ଲୋକ ବାରମ୍ବାର ବିରୋଧ କରୁଥିଲେ । ମହିଳାଙ୍କୁ ଏମିତି କାମ ନକରିବାକୁ ଚେତେଇ ଦେଇଥିଲେ ଗାଁ ଲୋକ । ହେଲେ ଲୋକଙ୍କ ବାରଣକୁ ମାନିନଥିଲେ ମହିଳା । ଏଥିରେ ଗାଁ ଲୋକ ଉତ୍ତ୍ୟକ୍ତ ହୋଇ ମହିଳାଙ୍କୁ ଶାସ୍ତି ଦେବାକୁ ଯୋଜନା କରିଥିଲେ । ଗାଁର କିଛି ମହିଳା ମିଶି ମନ୍ଦିରର ଏକ ଗ୍ରୀଲରେ ବାନ୍ଧି ଦେଇଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ଅଭିଯୋଗ ଆଧାରରେ ସାଲେପୁର ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.