ଫିଲ୍ମ ଷ୍ଟାଇଲରେ ଆସି ଯୁବକଙ୍କୁ ଟେକିନେଉଥିଲେ,୧୦ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | October 11, 2024 IST

ଚୌଦ୍ବାର ୧୧/୧୦: ରାତି ଅଧରେ ଯୁବକଙ୍କୁ ଅପହରଣ ପାଇଁ ଆସିଥିଲେ । ଗାଁ ଲୋକ ମିଶି ଅଟକାଇବା ସହ ପୋଲିସ ଜିମା ଦେଲେ ।  କଟକ ଜଗତପୁର ଥାନା ନଜରପୁରରୁ ଆସିଛି ଏମିତି ଖବର । ରାତି ଅଧରେ କଟକ ମଙ୍ଗଳାବାଗ,ରାଣୀହାଟ ଓ ଶଗଡିଆ ସାହିର କିଛି ଅସାମାଜିକ ଯୁବକ ବାଇକରେ ଆସି ଝଗଡା କରିଥିଲେ । ସ୍ଥାନୀୟ ଅଞ୍ଚଳର ଯୁବକ ରଶ୍ମିଙ୍କୁ ଘରୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ । ପାଟିତୁଣ୍ଡ ଶୁଣି ଗାଁ ଲୋକ ଏକାଠି ହୋଇ କିଡନାପରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଠେଲା ପେଲା ମାର୍‌ପିଟ୍‌ ହୋଇଥିଲା । ଏସବୁ ଭିତରେ ଜଣେ କେହି ପୋଲିସକୁ ଖବର ଦେଇଦେଇଥିଲା । ପୋଲିସ ଆସି ୧୦ ଜଣଙ୍କୁ ଅଟକ ରଖିବା ସହ ଆହତଙ୍କୁ ମେଡିକାଲ ପଠାଇଛି । ତେବେ ଅପହରଣରେ SCB ମେଡିକାଲର  ମହିଳା ନର୍ସିଂ ଅଫିସର ମଧ୍ୟ ସାମିଲ୍ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଲାଗି ରହିଥିଲା । ଏତଲା ଆଧାରରେ ତଦନ୍ତ କରୁଛି ପୋଲିସ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.