୨୨ରେ ବିଧାନସଭା ସମ୍ମୁଖରେ ବସ୍ ମାଲିକଙ୍କ ଧାରଣା, ଡିସେମ୍ୱର ୧ରୁ ବସ୍ ଧର୍ମଘଟ !

Published By : Prameya-News7 Bureau | November 08, 2023 IST

କଳାହାଣ୍ଡି: ଡିସେମ୍ୱର ୧ରୁ ବସ୍ ଧର୍ମଘଟ ନେଇ ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଂଘ । ଭବାନୀପାଟଣା ଠାରେ ଅନୁଷ୍ଠିତ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସାଧାରଣ ବୈଠକରେ ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ଅଭିମୁଖ୍ୟ ନେଇ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୨ରେ ବିଧାନସଭା ସମ୍ମୁଖରେ ବସ୍ ମାଲିକ ସଙ୍ଘ ଧାରଣା ଦେବ । ତଥାପି ନିଷ୍ପତ୍ତି ନିଆ ନଗଲେ ଡିସେମ୍ବର ୧ରୁ ଆଉ ବସ୍ ରାସ୍ତାରେ ଗଡିବ ନାହିଁ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟରେ ଯିବେ ବୋଲି ରାଜ୍ୟ ସମ୍ପାଦକ ଦେବେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।

ସରକାର ଓଏସ୍ଆରଟିୟସିଠୁ ଆରମ୍ଭ କରି ମୋ ବସରେ କୋଟି କୋଟି ଟଙ୍କା କ୍ଷତିରେ ରହିଲେଣି । ଅଥଚ ଏଠି ସାଢ଼େ ୪ ଲକ୍ଷ ଲୋକ ନିଜର ଜୀବିକା ବଞ୍ଚୁଥିଲେ ବି ସରକାର ଲକ୍ଷ୍ମୀ ବସ ଚଲେଇ ବସ୍ ମାଲିକ ଓ ନିଯୁକ୍ତି ପାଇଥିବା ଯୁବକଙ୍କୁ ମାରିବାକୁ ବସିଛନ୍ତି । ଆମେ ତାଙ୍କ ଯୋଜନାକୁ ବିରୋଧ କରୁ ନାହୁଁ । କିନ୍ତୁ ସରକାରଙ୍କ ନୀତି ଭୁଲ ଥିବାରୁ ବେସରକାରୀ ବସ ସଂକଟରେ ରହିଛି । ଯାହାକୁ ରାଜ୍ୟବାପୀ ତୀବ୍ର ବିରୋଧ କରାଯିବ । ଦିଆଯାଇଥିବା ଦାବିର ସରକାର ସଠିକ ନିଷ୍ପତ୍ତି ନନେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ରାଜ୍ୟ ସମ୍ପାଦକ କହିଛନ୍ତି ।

Also Read: ବେଦ କୁମାରୀଙ୍କ ବଡ଼ ଆଶା: ଲକ୍ଷ୍ୟ ପୂରଣ ପାଇଁ ସାଜିଲେ ବସ୍‌ ଡ୍ରାଇଭର, ସ୍ୱାମୀ କଣ୍ଡକ୍ଟର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.