ନବରାତ୍ରରେ ଏହି ୯ଟି ଜିନିଷ କିଣିଲେ ହୁଏ ଶୁଭ

Published By : Prameya-News7 Bureau | October 05, 2024 IST

ନବରାତ୍ରି ମା ଦୁର୍ଗାଙ୍କ ଆରାଧନାର ବିଶେଷ ପର୍ବ। ଏହି ଅବସରରେ ଭକ୍ତ ମାଙ୍କ ପ୍ରତି ନିଜର ଶ୍ରଦ୍ଧା ପ୍ରକଟ କରିଥାନ୍ତି ଓ ସୁଖ ସମୃଦ୍ଧି କାମନା କରନ୍ତି। କୁହାଯାଏ ଏହି ପବିତ୍ର ସମୟରେ କିଛି ଖାସ ଜିନିଷ କିଣିଲେ ଘରରର ଉନ୍ନତି ହୁଏ ଓ ସମୃଦ୍ଧି ଆସିଥାଏ। ତେବେ ନବରାତ୍ରି କାଳରେ କେଉଁ ୯ଟି ଜିନିଷ କିଣିଲେ ଶୁଭ ହୁଏ ଆସନ୍ତୁ ଜାଣିବା

ସମ୍ପତ୍ତି 
ନବରାତ୍ରିର ପବିତ୍ର ଅବସରରେ ସମ୍ପତ୍ତି କ୍ରୟ କରିବା ଅତ୍ୟନ୍ତ ଶୁଭ ମନେ କରାଯାଏ। ଏହି ସମ୍ପତ୍ତି ନୂଆ ଘର ହୋଇପାରେ କିମ୍ବା ଦୋକାନ ବା ଜମି ହୋଇପାରେ। ଏହି ସମୟରେ କିଣାଯାଇଥିବା ସମ୍ପତ୍ତି ଭବିଷ୍ୟତରେ ଆପଣଙ୍କୁ ହସଖୁସିଭରା ଜୀବନର ଆଶ୍ୱାସନ ଦେଇଥାଏ। ଯଦି ଆପଣ ଏହି ସମୟରେ ନୂଆ ଜୀବନଯାତ୍ରା ଆରମ୍ଭ କରନ୍ତି ତେବେ ସମୟଟି ଅତି ଉତ୍ତମ। 

ଧାତୁ ନିର୍ମିତ ମୂର୍ତ୍ତି
ନବରାତ୍ରିରେ ନିଜ ଇଷ୍ଟଙ୍କ ଧାତବ ମୂର୍ତ୍ତି କିଣିବା ଓ ଏହାକୁ ଘରେ ବା ମନ୍ଦିରରେ ସ୍ଥାପନା କରିବା ଲାଭଜନକ ହୋଇଥାଏ। ଏଥିରେ ସୁନା, ରୂପା ଅଥବା ପିତଳ ମୂର୍ତ୍ତି କିଣିବା ଭଲ। ଏହା ଦ୍ୱାରା ଆପଣଙ୍କୁ ଦୈବୀ କୃପା ଲାଭ ହେବ ଓ ଆପଣଙ୍କ ଘରକୁ ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। 

ବାହନ
ଯଦି ଆପଣ ନୂଆ ବାହନ କିଣିବାର ଯୋଜନା କରୁଥାନ୍ତି ନବରାତ୍ରି ଉପଯୁକ୍ତ ସମୟ। ଏହି ସମୟରେ କିଣାଯାଇଥିବା ବାହନ ଆପଣଙ୍କ ଜୀବନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କ ସଙ୍ଗେ ରହେ ଓ ଏହି ସମୟରେ କିଣାଯାଇଥିବା ବାହନର ଆୟୁ ମଧ୍ୟ ଦୀର୍ଘ ହୋଇଥାଏ। ଏଥିରେ ଆପଣଙ୍କ ଯାତ୍ରା ସୁଖଦ ଓ ସୁରକ୍ଷିତ ହୋଇଥାଏ। 

ଶୃଙ୍ଗାର ସାମଗ୍ରୀ
ନବରାତ୍ରି ସମୟରେ ଶୃଙ୍ଗାର ସାମଗ୍ରୀ କ୍ରୟ କରିବା ଆପଣଙ୍କ ଲାଗି  ସୌଭାଗ୍ୟକାରକ। ନୂଆ ଶାଢୀ, ଆଭୂଷଣ ଓ ଅନ୍ୟ ଶୃଙ୍ଗାର ସାମଗ୍ରୀ କିଣି ଏଥିରେ ଆପଣ କେବଳ ନିଜକୁ ସଜାନ୍ତି ନାହିଁ ଏହା ଦ୍ୱାରା ଆପଣଙ୍କ ସୌଭାଗ୍ୟ ବୃଦ୍ଧି ମଧ୍ୟ କରନ୍ତି। ଏହି ସମୟଟି ମହିଳାଙ୍କ ଲାଗି ବିଶେଷ ସମୟ। 

ଶୁଭ ବୃକ୍ଷଲତା
ହିନ୍ଦୁ ଧର୍ମରେ ଅନେକ ବୃକ୍ଷଲତାକୁ ଶୁଭ ମନେ କରାଯାଏ, ଯେପରି ତୁଳସୀ, ବର ଓ କଦଳି ଗଛ। ନବରାତ୍ରିରେ ଏହି ସବୁ ଗଛ କିଣି ନିଜ ବାଡିରେ ଲଗାଇଲେ ବହୁତ ଲାଭ ହୋଇଥାଏ। ଏହି ବୃକ୍ଷଲତା ଆପଣଙ୍କ ଘରେ ସକରାତ୍ମକ ଶକ୍ତି ପ୍ରବାହରେ ସହାୟକ ହୁଅନ୍ତି। ଆପଣଙ୍କ ଜୀବନକୁ ଖୁସିରେ ଭରି ଦିଅନ୍ତି। 

ପତାକା
ନବରାତ୍ରି ଅବସରରେ ଲାଲ ରଙ୍ଗର ପତକା କିଣିବା ଶୁଭ ହୋଇଥାଏ। ଏହାକୁ ମନ୍ଦିରରେ ସ୍ଥାପନା କରିବା ଓ ନବମୀ ଦିନରେ ଦେବୀଙ୍କ ମନ୍ଦିରକୁ ଅର୍ପଣ କରିବା ଆପଣଙ୍କ ଜୀବନରେ ପ୍ରଗତି ଓ ଉନ୍ନତି ଆଣିବାର କାମ କରିଥାଏ। ଏହା ଆପଣଙ୍କ ଧାର୍ମିକ ଆସ୍ଥାକୁ ମଧ୍ୟ ମଜଭୁତ କରିଥାଏ। 

ବସ୍ତ୍ର ଆଭୂଷଣ
ନବରାତ୍ରିରେ ନୂଆ ବସ୍ତ୍ର ଓ ଆଭୂଷଣ କିଣିବା ଦ୍ୱାରା ଭାଗ୍ୟ ମଜଭୁତ ହୋଇଥାଏ। ଏହିସମୟରେ କିଣାଯାଇଥିବା ପୋଷାକ ନା ଆପଣଙ୍କୁ ଆକର୍ଷକ କରିଥାଏ ଏହା ଆପଣଙ୍କ ଆସ୍ଥା ଓ ସମର୍ପଣକୁ ମଧ୍ୟ ପ୍ରଦର୍ଶିତ କରିଥାଏ। ନୂଆ ପୋଷାକ ଓ ଆଭୂଷଣ ଆପଣଙ୍କ ଜୀବନରେ ନୂଆ ଶକ୍ତି ଓ ଉତ୍ସାହ ସଞ୍ଚାର କରିଥାଏ। 

ମାଟିର ଛୋଟ ଘର
ନବରାତ୍ରି ଅବସରରେ ମାଟିର ଏକ ଛୋଟ ଘର କିଣି ତାକୁ ଘରର ମନ୍ଦିରରେ ରଖିବା ଆପଣଙ୍କ ଘର ସ୍ୱପ୍ନକୁ ଶୀଘ୍ର ପୂରଣ କରିବାରେ ସହାୟକ ହୋଇଥାଏ। ଏହି ପରମ୍ପରା ଆପଣଙ୍କୁ ଆପଣଙ୍କ ସ୍ୱପ୍ନ ପୂରଣ ଦିଗରେ ପଦକ୍ଷେପ ନେବାକୁ ପ୍ରେରଣା ଦେଇଥାଏ। ଏପରି ମାଟିର ଛୋଟ ଘର ଆପଣଙ୍କ ଘରକୁ ସୁଖ ଓ ସମୃଦ୍ଧି ବଢାଇବାରେ ସହାୟକ ହୋଇଥାଏ। 

ଗୋ ଘୃତ
ଗାଈକୁ ହିନ୍ଦୁ ଧର୍ମରେ ବିଶେଷ ଗୁରୁତ୍ୱ ଦିଆଯାଏ। ନବରାତ୍ରି କାଳରେ ଗାଇ ଘିଅ କିଣିବା ଓ ସେଥିରେ ମାଙ୍କୁ ଦୀପ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ। ଏଥିରେ ଆପଣଙ୍କ ଘରେ ସକରାତ୍ମକତା ବୃଦ୍ଧି ହେବା ସହ ଶାନ୍ତି ଅନୁଭବ ହୁଏ। ନବରାତ୍ରିର ଏହି ପବିତ୍ର ପର୍ବ କେବଳ ଦେବୀଙ୍କ ପୂଜାର୍ଚ୍ଚନା ପାଇଁ ନୁହେଁ ଏହି ସମୟରେ କିଣାକିଣି କରି ଜୀବନରେ ଶୁଭତା, ସମୃଦ୍ଧି ଓ ସୁଖପ୍ରାପ୍ତିର ସମୟ ମଧ୍ୟ। ଏହି ୯ଟି ଜିନିଷ ନବରାତ୍ରିରେ କ୍ରୟ କରି ମାଙ୍କ ପ୍ରତି ଆପଣଙ୍କ ଭକ୍ତିକୁ ଗଭୀର କରିପାରିବେ ଓ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣି ପାରିବେ। ଏହି ନବରାତ୍ରିରେ ଆପଣ ଆସ୍ଥା ଓ ଆପଣଙ୍କ ସମର୍ପଣ ଭାବରେ ଏହି ସାମଗ୍ରୀଗୁଡିକ କିଣି ଆପଣଙ୍କ ଜୀବନକୁ ଅଧିକ ଆନନ୍ଦମୟ କରିପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.