ମୁକୁଳା ଡ୍ରେନ୍‌ରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ : ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | June 19, 2024 IST

ଭୁବନେଶ୍ବର ୧୯।୬: ମୁକୁଳା ଡ୍ରେନ୍‌ରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ମୁକୁଳା ଡ୍ରେନ୍‌ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ୟୁନିଟ-୩ ମସଜିଦ୍‌ କଲୋନୀରେ ପହଞ୍ଚି ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ । ସମୀକ୍ଷା ପରେ ବୁଧବାର ସନ୍ଧ୍ୟା ସୁଦ୍ଧା ରିପୋର୍ଟ ମାଗିଲେ ନଗର ଉନ୍ନୟନ ମନ୍ତ୍ରୀ । ସନ୍ଧ୍ୟା ସୁଦ୍ଧା ବିଏମ୍‌ସି ରିପୋର୍ଟ ଦେବ । କେତେ ଡ୍ରେନ୍‌କୁ ବ୍ୟାରିକେଟିଂ କରାଯାଇନି ସେନେଇ ରିପୋର୍ଟ ମାଗିଲେ ମନ୍ତ୍ରୀ । ବିଏମସି କମିଶନରକୁ ରିପୋର୍ଟ ଦେବାକୁ କୁହାଯାଇଛି । 

ରିପୋର୍ଟ ଦେବାର ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ମୁକୁଳା ଡ୍ରେନରେ ବ୍ୟାରିକେଟିଂ ଓ ସ୍ଲାବ ପଡ଼ିବ । ୩ ଦିନ ଭିତରେ ବ୍ୟାରିକେଟିଂ ଓ ସ୍ଲାବ ପଡ଼ିବ । ଲୋକଙ୍କ ଜୀବନ ରକ୍ଷା କରିବା ସରକାରଙ୍କ ଦାୟିତ୍ବ । କେହି କାହା ଉପରେ ଦୋଷ ଦେଇ ଖସି ଯାଇପାରିବେନି । ରିପୋର୍ଟ ଅନୁଯାୟୀ ଯିଏ ଦୋଷୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read :

ଅଗ୍ନିକାଣ୍ଡରେ ଜଳିଗଲା ୯ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.