ଅଗ୍ନିକାଣ୍ଡରେ ଜଳିଗଲା ୯ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

Published By : Prameya-News7 Bureau | June 19, 2024 IST

ସୋର ୧୯।୬: ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ୯ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବରଦା ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବରଦା ଗ୍ରାମର ମହେନ୍ଦ୍ର ସାହୁ, ତପନ ସାହୁଙ୍କ ଘରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଜଳିଗଲା ୯ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଖବର ପାଇ ଅଡା ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି l ସେତେବେଳକୁ ଅଗ୍ନିକାଣ୍ଡରେ ଘର ଆସବାବପତ୍ର, ଚାଉଳ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା  l

You Can Read :

କଳିଙ୍ଗା ଘାଟିରେ ଓଲଟିଲା ଟ୍ରକ୍, ଡ୍ରାଇଭର ଓ ହେଲପର ସୁରକ୍ଷିତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.