କଳିଙ୍ଗା ଘାଟିରେ ଓଲଟିଲା ଟ୍ରକ୍, ଡ୍ରାଇଭର ଓ ହେଲପର ସୁରକ୍ଷିତ

Published By : Prameya-News7 Bureau | June 19, 2024 IST

ଜି. ଉଦୟଗିରି ୧୯।୬: କନ୍ଧମାଳ କଳିଙ୍ଗା ଘାଟିରେ ଓଲଟିଲା ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ ୧୪ ଚକିଆ ଟ୍ରକ୍ ରାଇକିଆରୁ ହଳଦୀ ଭର୍ତ୍ତି କରି ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିଲା I ଟ୍ରକ୍‌ଟି ବ୍ରେକ୍ ଫେଲ୍ ହୋଇ ଘାଟିର ଅଙ୍କାବଙ୍କା ରାସ୍ତାରେ ଭାରସାମ୍ୟ ହରାଇ ବସିଥିଲା I କିନ୍ତୁ ଡ୍ରାଇଭର ତାପସ ଦାଶ ଓ ହେଲପର ଅର୍ଜୁନ ପରାମଲିକ ଉପସ୍ଥିତ ବୁଦ୍ଧି ଖଟେଇ ଗାଡ଼ିରୁ ଡେଇଁ ପଡ଼ିଥିଲେ । ଯାହା ଫଳରେ ଡ୍ରାଇଭର ଓ ହେଲପର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । କିନ୍ତୁ ସାମାନ୍ୟ ଆହତ ହୋଇଛନ୍ତି। ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା I

You Can Read :

ସୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ମହିଳା କଳାକାର ମୃତ, ୩ ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.