ସୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ମହିଳା କଳାକାର ମୃତ, ୩ ଗୁରୁତର

Published By : Prameya-News7 Bureau | June 19, 2024 IST

ଭୁବନେଶ୍ବର ୧୯।୬: କାର୍‌ ସହ ଧକ୍କା ହୋଇ ବ୍ରିଜ୍‌ରୁ ଖସିଲା ଟ୍ରକ୍ । କୁଆଖାଇ ନଦୀ ବ୍ରିଜ୍ ଉପରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ମହିଳା କଳାକାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଓଡ଼ିଆ ଧାରାବାହିକ ସୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, କୁଆଖାଇ ନଦୀ ବ୍ରିଜ୍ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାର୍‌କୁ ଧକ୍କା ଦେଇ କୁଆଖାଇ ନଦୀ ବ୍ରିଜ୍‌ରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଓଡ଼ିଆ ଧାରାବାହିକ ସୁଟିଂ ସାରି ଫେରୁଥିବା ବେଳେ କାର୍‌କୁ ସାମ୍ନାରୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ୍ । ବାଲିକୁଦାରୁ ସୁଟିଂ ସାରି ଫେରୁଥିବା ସମୟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣେ ମହିଳା କଳାକାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ମାନେ ଗୁରୁତର ହୋଇ କଟକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । 

କାର୍‌ରେ ଡ୍ରାଇଭର ସମେତ ଓଡ଼ିଆ ଧାରାବାହିକ ଭାଗ୍ୟରେଖାର ୪ ଜଣ କଳାକାର ଯାଉଥିଲେ । ଦୁର୍ଘଟଣା ପରେ ବାରଙ୍ଗ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଥିଲେ ।

You Can Read :

ଜଙ୍ଗଲୀ ହାତୀଙ୍କ ଉପଦ୍ରବ, କଲେଣି ବ୍ୟାପକ ଫସଲ ନଷ୍ଟ, ଭୟରେ ଗାଁ ଲୋକେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.