ଜଙ୍ଗଲୀ ହାତୀଙ୍କ ଉପଦ୍ରବ, କଲେଣି ବ୍ୟାପକ ଫସଲ ନଷ୍ଟ, ଭୟରେ ଗାଁ ଲୋକେ

Published By : Prameya-News7 Bureau | June 18, 2024 IST

ଜି.ଉଦୟଗିରି: ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ। କୁର୍ମିଙ୍ଗିଆ, ରାଇପଦା, ସୁଜେଲି ଆଦି ଅଞ୍ଚଳରେ, ଉତ୍ତର ଘୁମୁସର ବନଖଣ୍ଡରୁ ୨୫ ଟିକିଆ ହାତୀପଲଙ୍କ ଆସି ଉପଦ୍ରବ କରୁଥିବା ଅଭିଯୋଗ ହୋଇଛି। ହାତୀଙ୍କ ଉପଦ୍ରବ ଫଳରେ ଅଞ୍ଚଳବାସୀ ଭୟରେ ଥିବାବେଳେ ବନବିଭାଗ ଅଧିକାରୀଙ୍କ ସହ ସ୍ଥାନୀୟ ଜନସାଧାରଣ ହାତୀ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ୨୫ ଟିକିଆ ହାତୀପଲ ମଧ୍ୟରେ ୩ଟି ଦନ୍ତା, ୧୦ଟି ମାଇ ହାତୀ ଥିବାର ଜଣା ପଡ଼ିଛି । ସେପଟେ ଏହି ହାତୀ ପଲ ଅନେକ ଫସଲ ମଧ୍ୟ ନଷ୍ଟ କରିଛନ୍ତି। 

ଆଉ ବର୍ତ୍ତମାନ ଏହି ହାତୀପଲଙ୍କ ଉପଦ୍ରବ ଫଳରେ କୁରୂମୁଙ୍ଗିଆ ଗ୍ରାମର ଲୋକେ ଭୟରେ ରହିଛନ୍ତି। ଆଉ ସୁରକ୍ଷା ପାଇଁ ରାତି ସାରା ଗ୍ରାମ ପାଖରେ ଜଗି ରହୁଥିବାରୁ ଦେଖିବାକୁ ମିଳିଛି। ରାସ୍ତା ଉପରେ ହାତୀ ପଲଙ୍କ ଯାତାୟତ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପ୍ରାୟ ମାସେ ହେଲା ହାତୀ ଉପଦ୍ରବ ଲାଗି ରହିଛି।

ଗତ ବର୍ଷ ମଧ୍ୟ ଉତ୍ତର ଘୁମୁସର ବନଖଣ୍ଡରେ ମାତ୍ରାଧିକ ଗରମ ଓ ଖାଦ୍ୟ ସନ୍ଧାନ ପାଇଁ କନ୍ଧମାଳ ମୁହାଁ ହୋଇଥିଲେ ୧୭ ଟିକିଆ ହାତୀପଲ। ଆଉ ପ୍ରାୟ ୧୫ ଦିନ ଧରି ବ୍ୟାପକ ଫସଲ ନଷ୍ଟ କରିବା ସହ ଉପଦ୍ରବ ମଚାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.